ଫିଟିବା Phiṭibā

  • ଦେ. କ୍ରି. (ସଂ. ସ୍ଫିଟ୍ ଧାତୁ) — ବନ୍ଧନରୁ ମୁକ୍ତ ହେବା — To be released
  • ଦେ. କ୍ରି. (ସଂ. ସ୍ଫିଟ୍ ଧାତୁ) — ତାର ସେବାରେ ଶ୍ରମ ତୁଟେ ଅଶେଷ ମାୟା ବନ୍ଧ ଫିଟେ। ଜଗନ୍ନାଥ, ଭାଗବତ।
  • ଦେ. କ୍ରି. (ସଂ. ସ୍ଫିଟ୍ ଧାତୁ) — ଉନ୍ମୁକ୍ତ ହେବା; ଉଦ୍ଘାଟିତ ହେବା; ମେଲା ହେବା — To be opened; to be loosened
  • ଦେ. କ୍ରି. (ସଂ. ସ୍ଫିଟ୍ ଧାତୁ) — ପ୍ରକାଶିତ ହେବା — To appear
  • ଦେ. କ୍ରି. (ସଂ. ସ୍ଫିଟ୍ ଧାତୁ) — ବାହାରିବା — To come forth; to issue
  • ଦେ. କ୍ରି. (ସଂ. ସ୍ଫିଟ୍ ଧାତୁ) — ଇନ୍ଦ୍ରଙ୍କଠାରୁ ବଜ୍ର ଫିଟି ଅତି ଆଣ୍ଟେ ବାଜିଲା ସ୍କନ୍ଦଙ୍କର ଯାଇ ଦକ୍ଷ ପଟେ। କୃଷ୍ଣସିଂହ, ମହାଭାରତ, ବନ।
  • ଦେ. କ୍ରି. (ସଂ. ସ୍ଫିଟ୍ ଧାତୁ) — ବିଦୂରିତ ହେବା — To be removed
  • ଦେ. କ୍ରି. (ସଂ. ସ୍ଫିଟ୍ ଧାତୁ) — ରେ କିଶୋରି ! ଫିଟିଗଲା ଯେ ସନ୍ଦେହ। କବିସୂର୍ଯ୍ୟ କିଶୋରୀ ଚମ୍ପୂ ଫ ଗୀତ।
  • ଦେ. କ୍ରି. (ସଂ. ସ୍ଫିଟ୍ ଧାତୁ) — ନଷ୍ଟ ହେବା — To be lost
  • ଦେ. କ୍ରି. (ସଂ. ସ୍ଫିଟ୍ ଧାତୁ) — ଗଳେ ହେଲେ ଜାତି ମହତ୍ତ୍ୱ ସମ୍ପତ୍ତି ଫିଟି ତୁଟି ଲୁଟି ଯାଉ। କବିସୂର୍ଯ୍ୟ, ସଙ୍ଗୀତ।
  • ଦେ. କ୍ରି. (ସଂ. ସ୍ଫିଟ୍ ଧାତୁ) — ପୃଥକ୍ ହେବା — To be separated
  • ଦେ. କ୍ରି. (ସଂ. ସ୍ଫିଟ୍ ଧାତୁ) — (ଝର) ବହିବା — (a spring) To flow out