ଫିଟିକିରୀ Phiṭikirī

  • ଦେ. ବି. (ସଂ. ସ୍ପଟିକା; ସ୍ଫଟିକାରି; ଫାଟିକୀ) — ସୁହାଗା; ଟାଙ୍ଗଣା — Alum; borax
  • ଦେ. ବି. (ସଂ. ସ୍ପଟିକା; ସ୍ଫଟିକାରି; ଫାଟିକୀ) — [ ଦ୍ର—ଏହା ଜଳ ତଟରେ ଜାତ ଶୁକ୍ଳ ସ୍ପଟିକବତ୍ ସ୍ୱଚ୍ଛ କ୍ଷାରବିଶେଷ। କାଶ୍ମୀର ଦେଶର ଉଷ୍ଣପ୍ରସ୍ରବଣର ଜଳରୁ ଗନ୍ଧକ ଓ ଫିଟିକିରୀ ମିଳେ ଓ ତିବ୍ବତ ଦେଶୀୟ ହ୍ରଦ ତଟରୁ ଫିଟିକିରୀ ମିଳେ। ସୁନା, ରୂପା ତରଳାଇବାରେ ଓ ଔଷଧରେ ଏହା ବ୍ୟବହୃତ ହୁଏ। ଏହା କଷା ଓ ଲୁଣିଆ ଲାଗେ; ଏହାକୁ ପାଣିରେ ଗୋଳାଇ ସେ ପାଣିରେ ମୁହଁ ଓ କ୍ଷତଆଦି ଧୋଇଲେ କ୍ଷତାଦି ପରିଷ୍କୃତ ହୁଏ। ଫିଟିକିରିକୁ ନିଆଁରେ ପୋଡ଼ି ଦେଲେ ଏହା ଖୁବ୍ ଫଉଳିଯାଏ। ବୈଦ୍ୟଶାସ୍ତ୍ର ମତରେ ଏହା ବାତ, ପିତ୍ତ, କଫ, ବ୍ରଣ. ଶ୍ୱିତ୍ର ଓ ବିସର୍ପ ନାଶକ। ସୁହାଗା ରୋଗ କୀଟାଣୁ ନାଶକ। ]