ଫିଟେଇବା Phiṭeibā

  • ଦେ. କ୍ରି. (ସଂ. ଫେଟ ବା ସ୍ଫିଟ୍ ଧାତୁର ଣିଜନ୍ତ) — ଖୋଲିବା; ମୁକ୍ତ କରିବା; ମେଲା କରିବା; ଉଦ୍ଘାଟନ କରିବା — To untie; to open; to unfasten
  • ଦେ. କ୍ରି. (ସଂ. ଫେଟ ବା ସ୍ଫିଟ୍ ଧାତୁର ଣିଜନ୍ତ) — ମୁକୁଳାଇବା; ବନ୍ଧନ ମୁକ୍ତ କରିବା — To release
  • ଦେ. କ୍ରି. (ସଂ. ଫେଟ ବା ସ୍ଫିଟ୍ ଧାତୁର ଣିଜନ୍ତ) — ଜରାସନ୍ଧ ମାରି ରାଜାଙ୍କୁ ଫିଟାଇବା। କୃଷ୍ଣସିଂହ. ମହାଭାରତ. ସଭା।
  • ଦେ. କ୍ରି. (ସଂ. ଫେଟ ବା ସ୍ଫିଟ୍ ଧାତୁର ଣିଜନ୍ତ) — (ଗୁପ୍ତ କଥା) ପ୍ରକାଶ କରି କହିବା — To divulge (a secret)
  • ଦେ. କ୍ରି. (ସଂ. ଫେଟ ବା ସ୍ଫିଟ୍ ଧାତୁର ଣିଜନ୍ତ) — ବ୍ୟାଖ୍ୟା କରି କହିବା — To explain clearly
  • ଦେ. କ୍ରି. (ସଂ. ଫେଟ ବା ସ୍ଫିଟ୍ ଧାତୁର ଣିଜନ୍ତ) — ଫିଟାଇ କହିଲି ତୁମ୍ଭଙ୍କୁ ବନମାଳୀ। କୃଷ୍ଣସିଂହ, ମହାଭାରତ ସଭା।
  • ଦେ. କ୍ରି. (ସଂ. ଫେଟ ବା ସ୍ଫିଟ୍ ଧାତୁର ଣିଜନ୍ତ) — ବିସ୍ତୃତ କରିବା — To spread out
  • ଦେ. କ୍ରି. (ସଂ. ଫେଟ ବା ସ୍ଫିଟ୍ ଧାତୁର ଣିଜନ୍ତ) — ତ୍ୟାଗ କରିବା; ଛାଡ଼ିବା — To give up
  • ଦେ. କ୍ରି. (ସଂ. ଫେଟ ବା ସ୍ଫିଟ୍ ଧାତୁର ଣିଜନ୍ତ) — ମାରକଣ୍ଡ ଋଷି ରାମ ଅଗ୍ରତେ କହି ଏକ ମନେ ଶୁଣ ନରେ ତପ ଫିଟାଇ। ପ୍ରାଚୀ, ନଳ ଚରିତ।