ପ୍ରାଭବ Prābhaba

  • ସଂ. ବି. (ପ୍ରଭୁ+ଭାବ. ଅ) — ପ୍ରଭୁତା — Mastery
  • ସଂ. ବି. (ପ୍ରଭୁ+ଭାବ. ଅ) — ଶ୍ରେଷ୍ଠତା — Superiority
  • ଗ୍ରା. ବି. — (ସଂ. ପରାଭବ)— ପରାଭବ; ଅପମାନ — Insult
  • ଗ୍ରା. ବି. — ପାଣ୍ଡବଙ୍କ ପ୍ରାଭବ ଦେଇଥିଲି ମୁହିଁ ଏବେ ତାଙ୍କ ଘେନି ଅଇଲି ପ୍ରାଣ ପାଇ। କୃଷ୍ଣସିଂହ, ମହାଭାରତ, ବନ।
  • ଗ୍ରା. ବି. — (ସଂ. ପ୍ରଭାବ) ପରାକ୍ରମ; ଶକ୍ତି — Power; influence
  • ଗ୍ରା. ବି. — ଆମ୍ଭେ ମାରିବାର ଯାଏ ସେ କି ପାଞ୍ଚିବ, ମନୁଷ୍ୟ ଜନ୍ମ ସିନା କେତେ ତା ପ୍ରାଭବ। କୃଷ୍ଣସିଂହ, ମହାଭାରତ, ବନ।