ପୁରୁ Puru
- ସଂ. ବି — ଦେବଲୋକ; ସ୍ୱର୍ଗ — The heaven
- ସଂ. ବି — ପୁଷ୍ପ ପରାଗ — The farina of flower; pollen
- ସଂ. ବି — ଦେହ; ଶରୀର — Body
- ସଂ. ବି — (ନାମ) ରାଜା ଯଯାତିଙ୍କ ଔରସରେ ଦୈତ୍ୟରାଜ ବୃଷପର୍ବାଙ୍କ ଗର୍ଭରେ ଜାତ କନିଷ୍ଠ କୁମାର; ପାଣ୍ଡବମାନଙ୍କର ଆଦି ପୁରୁଷ — Name of a king, the progenitor of the Pāṇḍabas
- ସଂ. ବି — [ଦ୍ର—ଏ ଚନ୍ଦ୍ରବଂଶର 6 ଷ୍ଠ ରାଜା ଓ ଯଯାତିଙ୍କ କନିଷ୍ଠ ପୁତ୍ର ଥିଲେ; ଏ ପିତାଙ୍କ ଜରାକୁ ଗ୍ରହଣ କରିବାରୁ ପିତା ସନ୍ତୁଷ୍ଟ ହୋଇ ଜ୍ୟେଷ୍ଠ ପୁତ୍ରମାନଙ୍କୁ ରାଜ୍ୟଭାର ନ ଦେଇ ଏହାଙ୍କୁ ରାଜ୍ୟଭାର ଦେଇଥିଲେ। ଏ କୌରବ ଓ ପାଣ୍ଡବମାନଙ୍କର ପୂର୍ବ ପୁରୁଷ ତଥା ଦୁଷ୍ମନ୍ତ ଓ ଭରତଙ୍କର ପୂର୍ବପୁରୁଷ ଥିଲେ।] — [ଦ୍ର—ଏ ଚନ୍ଦ୍ରବଂଶର6ଷ୍ଠ ରାଜା ଓ ଯଯାତିଙ୍କ କନିଷ୍ଠ ପୁତ୍ର ଥିଲେ; ଏ ପିତାଙ୍କ ଜରାକୁ ଗ୍ରହଣ କରିବାରୁ ପିତା ସନ୍ତୁଷ୍ଟ ହୋଇ ଜ୍ୟେଷ୍ଠ ପୁତ୍ରମାନଙ୍କୁ ରାଜ୍ୟଭାର ନ ଦେଇ ଏହାଙ୍କୁ ରାଜ୍ୟଭାର ଦେଇଥିଲେ ଏ କୌରବ ଓ ପାଣ୍ଡବମାନଙ୍କର ପୂର୍ବ ପୁରୁଷ ତଥା ଦୁଷ୍ମନ୍ତ ଓ ଭରତଙ୍କର ପୂର୍ବପୁରୁଷ ଥିଲେ]
- ସଂ. ବି — ଗ୍ରୀକ୍ ବୀର ସିକନ୍ଦର (ଆଲେକଜାଣ୍ଡର) ଭାରତକୁ ଆକ୍ରମଣ କରିବା (ଖ୍ରୀ. ପୂ. 327 ) ସମୟରେ ତାଙ୍କୁ ସିନ୍ଧୁ ନଦ ତଟରେ ବାଧା ଦେଇ ପରେ ତାଙ୍କ ସଙ୍ଗେ ସନ୍ଧି କରିଥିବା ରାଜାବିଶେଷ — ଗ୍ରୀକ୍ ବୀର ସିକନ୍ଦର (ଆଲେକଜାଣ୍ଡର) ଭାରତକୁ ଆକ୍ରମଣ କରିବା (ଖ୍ରୀ. ପୂ.327) ସମୟରେ ତାଙ୍କୁ ସିନ୍ଧୁ ନଦ ତଟରେ ବାଧା ଦେଇ ପରେ ତାଙ୍କ ସଙ୍ଗେ ସନ୍ଧି କରିଥିବା ରାଜାବିଶେଷ—. King Porus of India with whom Alexander had to fight before crossing the Indus and with whom he was obliged to make a treaty
- ସଂ. ବି — ଦୈତ୍ୟବିଶେଷ — Name of a demon
- ସଂ. ବି — (ଯଥା—ଏହାକୁ ଇନ୍ଦ୍ର ବଧ କରିଥିଲେ — Apte)
- ସଂ. ବି — ସରସ୍ୱତୀ ନଦୀର ଉତ୍ତର ପଶ୍ଚିମସ୍ଥ ନଦୀବିଶେଷ — Name of a river in India
- ସଂ. ବି — ବୃହତ୍ ସଂହିତା ବର୍ଣ୍ଣିତ ଦେଶବିଶେଷ (ହି. ଶ.) — Name of an ancient country of India
- ସଂ. ବିଣ. (ପୃ ଧାତୁ= ପୂରଣ କରିବା+ ଉ) — ପ୍ରଚୁର; ଅଧିକ — Too much, excessive; abundant; plentiful
- ସଂ. ବିଣ. (ପୃ ଧାତୁ= ପୂରଣ କରିବା+ ଉ) — [ଦ୍ର—ଏ ଶବ୍ଦ ଅନ୍ୟ ବିଶେଷ୍ୟ ଓ ବିଶେଷଣ ପୂର୍ବେ ସମାସରେ ଯୁକ୍ତ ହେଲେ ପ୍ରଚୁର, ବହୁ, ଅତ୍ୟନ୍ତ ଅର୍ଥ ବୁଝାଏ। ଯଥା— ପୁରୁଲମ୍ପଟ, ପୁରୁହୂତ।]