ପୁଚୁରା Puchurā
- ଦେ. ବିଣ—(ସଂ. ପୂତି; ପୂଯ) — ପୋଚରା; ସଢ଼ା; ବାସି ଓ ଗନ୍ଧିଆ (ଫଳ ଓ ଖାଦ୍ୟାଦି) — Rotten to the core; stale
- ଦେ. ବିଣ—(ସଂ. ପୂତି; ପୂଯ) — ପୂଯ ହୋଇ ସଢ଼ି ପଚି ଦୁର୍ଗନ୍ଧଯୁକ୍ତ (ବ୍ରଣାଦି) — Gangrened or mortified (boil etc)
- ଦେ. ବିଣ—(ସଂ. ପୂତି; ପୂଯ) — (ପୁଚୁରା—ଅନ୍ୟରୂପ)
- ଦେ. ବି. (ସଂ. ପୁଚ୍ଛ) — ପୋଚରା; କୋଠାର କାନ୍ଥ ଆଦି ଚୂନରେ ଧଉଳେଇବା ନିମନ୍ତେ ବ୍ୟବହୃତ ଝୋଟର ଗୁଚ୍ଛ — A tuft made of flax or jute or rag used in whitewashing walls; A whitewashing brush or mop
- ଦେ. ବି. (ସଂ. ପୁଚ୍ଛ) — ପାଣିଆ ଜିନିସର ଲେପ କୌଣସି ବସ୍ତୁ ଉପରେ ଦେବା — Putting a layer of a liquid on something