ପାପଡ଼ Pāpaṟḍ̠a

  • ଦେ. ବି. (ସଂ. ପର୍ପଟ; ପ୍ରା. ପପ୍ପଡ଼) — ବଟା ମୁଗ ବା ବୁଟ ସହିତ ଲୁଣ, ଜିରା, ସାଜିମାଟି, ହେଙ୍ଗୁଆଦି ମିଶାଇ ପ୍ରସ୍ତୁତି କରାଯିବା ଏକପ୍ରକାର ପତଳା ପିଠା — A thin cake prepared of pasted pulses
  • ଦେ. ବି. (ସଂ. ପର୍ପଟ; ପ୍ରା. ପପ୍ପଡ଼) — [ଦ୍ର—ଏହାକୁ ଭାଜି କରି ଖାଇଲେ ରୁଚିକର ହୁଏ।]
  • ଦେ. ବି. (ସଂ. ପର୍ପଟ; ପ୍ରା. ପପ୍ପଡ଼) — ଆଉଟା ଦୁଧ ଉପରେ ପଡ଼ିବା ସରର ବହୁ ସ୍ତରକୁ ଉପର୍ଯ୍ୟୁ— ପରି ରଖାଯାଇ ଶୁଖା ଯାଇଥିବା ପିଷ୍ଟକବିଶେଷ; ସ୍ତର ହୋଇ ସଜ୍ଜିତ ସରଭଜା — A cake made up of several layers of cream pressed together
  • ବୈଦେ. ବି. (କଚିରିଆ) (ଇଂ. ପପର୍) — ପାପଡ଼ ମକଦମା (ଦେଖ) — Pāpaṟḍ̠a makadamā (See)
  • ବୈଦେ. ବି. (କଚିରିଆ) (ଇଂ. ପପର୍) — (ଇଂ. ପପର୍)—ମକଦମାର ଖରଚା ଚଳାଇବାକୁ ଅକ୍ଷମ ବ୍ୟକ୍ତି — A pauper; a person who is declared unable to pay the courtfees of a suit filed by him