ପାଟଣା Pāṭaṇā
- ଦେ. ବି—(ସଂ. ପଟ୍ଟନ) — ନଗର; ସହର — City; town
- ଦେ. ବି—(ସଂ. ପଟ୍ଟନ) — ଗ୍ରାମ — Village
- ଦେ. ବି—(ସଂ. ପଟ୍ଟନ) — ଯମୁନାତଟେ ବୃନ୍ଦାବନ ନିକଟେ ଗୋପ ବୋଲି ପାଟଣାୟେ— ପ୍ରାଚୀ—ରହସ୍ୟ ମଞ୍ଜରୀ।
- ଦେ. ବି—(ସଂ. ପଟ୍ଟନ) — ପ୍ରାଚୀନ ପାଟଳିପୁତ୍ରର ଆଧୁନିକ ନାମ (ଏହା ବିହାର ପ୍ରଦେଶର ପାଟଣା ବିଭାଗ ଓ ପାଟଣା ଜିଲ୍ଲାର ରାଜଧାନୀ) — Patna; name of a town; district and division of the Province of Bihar
- ଦେ. ବି—(ସଂ. ପଟ୍ଟନ) — [ଦ୍ର—ଏହା ବିହାର ପ୍ରଦେଶର ରାଜଧାନୀ। ଏଠାରେ ପାଟଣା ହାଇକୋଟ ଓ ବଶ୍ୱବିଦ୍ୟାଳୟ ଅବସ୍ଥିତ। ଏହା ଗଙ୍ଗା ନଦୀର ଦକ୍ଷିଣ କୂଳରେ ଲମ୍ବ ଭାବରେ ଅବସ୍ଥିତ। ଏଥି ନିକଟରେ ପ୍ରାଚୀନ ପାଟଳି ପୁତ୍ରର ଅନେକ ଭଗ୍ନାବଶେଷ ଦେଖାଯାଏ; ଇଂରାଜମାନେ ପୂର୍ବେ ଏଠାରେ ଗୋଟିଏ ଉଚ୍ଚ ପକ୍କା ଧାନକୋଠୀ ନିର୍ମାଣ କରିଥିଲେ, ତାହା ଅବଧି ବିଦ୍ୟମାନ ଅଛି। ଏହା ଗଙ୍ଗା ଓ ସୋନ ନଦୀର ସଙ୍ଗମ ନିକଟରେ ଅବସ୍ଥିତ।]
- ଦେ. ବି—(ସଂ. ପଟ୍ଟନ) — ଉତ୍କଳ ଖଣ୍ଡର ଗୋଟିଏ ଗଡ଼ଜାତ ରାଜ୍ୟ; ବଲାଙ୍ଗିର— ପାଟଣା — Patna; name of one of the Orissa states
- ଦେ. ବି—(ସଂ. ପଟ୍ଟନ) — ପଟଣେଇ (ଦେଖ) — Paṭaṇei (See)