ପଲାଣ Palāṇa
- ଦେ. ବି. (ସଂ. ପର୍ଯ୍ୟାଣ, ପଲ୍ୟାଣ, ପ୍ରା. ପଲ୍ଲାଣ) — ଥୋଡ଼ିଆ ବଳଦଙ୍କ ପିଠିରେ ଲଦାଯିବା ଅଖାର ଆସ୍ତରଣ — Pack-saddle
- ଦେ. ବି. (ସଂ. ପର୍ଯ୍ୟାଣ, ପଲ୍ୟାଣ, ପ୍ରା. ପଲ୍ଲାଣ) — ପାଣ୍ଠି ପଲାଣ ଦିଖଣ୍ଡ ଆଣିଥିଲେ, ତାହା ଉଇ ଖାଇଯାଇ ପଡ଼ିଛି। ଫକୀରମୋହନ ଗଳ୍ପସ୍ୱଳ୍ପ।
- ଦେ. ବି. (ସଂ. ପର୍ଯ୍ୟାଣ, ପଲ୍ୟାଣ, ପ୍ରା. ପଲ୍ଲାଣ) — (ସଂ. ପଲ୍ୟାୟଣ) ହାତୀ ଉପରେ ପଡ଼ିବା ଅଖାର ଗଦି; ଯାହା ଉପରେ ହାଉଦା କସାଯାଏ — Pack-saddle for elephant
- ଦେ. ବି. (ସଂ. ପର୍ଯ୍ୟାଣ, ପଲ୍ୟାଣ, ପ୍ରା. ପଲ୍ଲାଣ) — ଯୁଦ୍ଧସଜ୍ଜା; ସେନା ସାଜିବା — Battle-array; preparing soldiers for battle
- ପ୍ରାଦେ (ଗଞ୍ଜାମ) ବି — ନବ ପ୍ରସୂତି ଗାଈଙ୍କ ପ୍ରସବ ଦ୍ୱାରକୁ ଫୁଙ୍କିବା; ଗାଈଙ୍କୁ ଧରିବା — Blowing air into the abdomen of a newly delivered milch cow