ପଲାଶ Palāṡa

  • ସଂ. ବି. (ପଳ୍ ଧାତୁ—ଯିବା+ଅ=ପଳ; ଅଶ୍ ଧାତୁ= ବ୍ୟାପିବା+ଅ=ଆଶ; ପଳ+ଆଶ; କିମ୍ବା ପଳ= ପତ୍ର+ଅସ୍ ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅ) — କିଂଶୁକ — The Dhak tree; Butea Frondosa
  • ସଂ. ବି. (ପଳ୍ ଧାତୁ—ଯିବା+ଅ=ପଳ; ଅଶ୍ ଧାତୁ= ବ୍ୟାପିବା+ଅ=ଆଶ; ପଳ+ଆଶ; କିମ୍ବା ପଳ= ପତ୍ର+ଅସ୍ ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅ) — [ଦ୍ର—ଏହା ଶିମ୍ବାଦି ବର୍ଗର ମଧ୍ୟମାକୃତି ତରୁ ବିଶେଷ। ଗଛ ବଙ୍କା ଓ ଗଣ୍ଠିଆ; ପତ୍ର ତ୍ରିପର୍ଣ୍ଣ। ଶୀତ ଶେଷରେ ଗଛରୁ ପତ୍ର ଝଡ଼ି ପଡ଼େ ଓ ବସନ୍ତାଗମରେ ଶୁକ ଚଞ୍ଚୁପରି ତୋଫା ନାଲି ଫୁଲରେ ଥୁଣ୍ଟା ଗଛ ପୂର୍ଣ୍ଣ ହୋଇଯାଏ। ଏହି ଗଛ ଭାରତର ସର୍ବତ୍ର ଦେଖାଯାଏ। ଏଥିର ଛାଲ ଚିରିଦେଲେ ଏକ— ପ୍ରକାର ରକ୍ତବର୍ଣ୍ଣ ନିର୍ଯ୍ୟାସ — (Bengal kino)ବାହାରେ ଏହାର ଫୁଲକୁ ପାଣିରେ ସିଝାଇଲେ ଏକପ୍ରକାର ନାଲିରଙ୍ଗ ବାହାରେ ପୂର୍ବେ ଏହାର ରଙ୍ଗଦ୍ୱାରା ଅବିରକୁ ରଞ୍ଜିତ କରା ଯାଉଥିଲା ଫୁଲ ଝଡ଼ିଗଲେ ଚେପଟା ଓ ଚଉଡ଼ା ଛୁଇଁ ହୁଏ; ଛୁଇଁରେ ଚେପଟା ବୀଜ ଥାଏ ପଲାଶ ବୀଜକୁ ପଲାଶ ପାପଡ଼ୀ କହନ୍ତି
  • ସଂ. ବି. (ପଳ୍ ଧାତୁ—ଯିବା+ଅ=ପଳ; ଅଶ୍ ଧାତୁ= ବ୍ୟାପିବା+ଅ=ଆଶ; ପଳ+ଆଶ; କିମ୍ବା ପଳ= ପତ୍ର+ଅସ୍ ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅ) — ଦେଖିବାକୁ ପଲାଶ ଗଛପରି, କିନ୍ତୁ ସ୍ଥୂଳତର ଏକପ୍ରକାର ଲଟାଣିଆ ଗୁଳ୍ମକୁ ଭୂଇଁପଳାଶ (ସଂ. ଭୂପଳାଶ; ହସ୍ତିକର୍ଣ୍ଣ ପଲାଶ) ବୋଲାଯାଏ — (Butea Superba).ଏହାର ଫୁଲ ପଳାଶ ଅପେକ୍ଷା ବଡ଼ ଏହା ମଧ୍ୟ ଓ ଦକ୍ଷିଣ ଭାରତରେ ଜନ୍ମେ; (ଯୋଗେଶ— ଚନ୍ଦ୍ର) ପଳାଶର ବୀଜ ପେଟର କୃମିଘ୍ନ ଫୁଲ, ଛେଲି ଓ ମଞ୍ଜି ଔଷଧରେ ଲାଗେ ପତ୍ର ମୋଟା ଥିବାରୁ ତାକୁ ସିଇଁ କରି ଖଲିପତ୍ର କରାଯାଏ, ଚଉପଦୀ କରାଯାଏ ଉତ୍ତରଭାରତରେ ଧୂଆଁ ପତ୍ରର ଗୁଣ୍ଡ ଭରତି କରି ଏ ପତ୍ରକୁ ଗୁଡ଼ାଇ ପିକା ବଳାଯାଏ ପଲାଶ ଗଛର ଛାଲକୁ ଛେଚି ଡଙ୍ଗା ଓ ଜାହାଜର ଫାଟରେ ପୂରାଯିବା ଅସ୍ତା ତିଆରି କରାଯାଏ ପ୍ରତ୍ୟେକ ଡେମ୍ଫରେ3ଟି ପତ୍ର ଲାଗିଥାଏ ଏ ଗଛର ଛାଲର ଅଂଶୁରେ ଦଉଡ଼ି ତିଆରି ହୁଏ ଏଥିର ଡାଙ୍ଗକୁ ସିଝାଇ କରି ଏକ ପ୍ରକାର ଖଇର ତିଆରି କରାଯାଏ, ଏ ଗଛର ବକଳରୁ ଏକ ପ୍ରକାର ଅଠା ବାହାରେ ବୈଦ୍ୟକ ମତରେ ଏଥିର ଫୁଲ ବାତବର୍ଦ୍ଧକ, ମଳରୋଧକ, ତୃଷା, ଦାହ, ପିତ୍ତ, କଫ, ରକ୍ତ ବିକାର, କୁଷ୍ଠ ଓ ମୂତ୍ରକୃଚ୍ଛ୍ର ନାଶକ ଏଥିର ଫଳ କଫ, ବାତ, ଉଦରରୋଗ, କୃମି, କୁଷ୍ଠ, ଗୁଳ୍ମ, ପ୍ରମେହ, ବାଘୀ ଓ ଶୂଳନାଶକ ଏଥିର ବୀଜ ସ୍ନିଗ୍ଧ, କଫ ଓ କୃମିନାଶକ ଏଥିର ଅଠା ମଳ— ରୋଧକ ଓ ଗ୍ରହଣୀ, ମୁଖରୋଗ , ଶ୍ୱାସ ଓ ସ୍ୱେଦ ଦୂରକାରକ
  • ସଂ. ବି. (ପଳ୍ ଧାତୁ—ଯିବା+ଅ=ପଳ; ଅଶ୍ ଧାତୁ= ବ୍ୟାପିବା+ଅ=ଆଶ; ପଳ+ଆଶ; କିମ୍ବା ପଳ= ପତ୍ର+ଅସ୍ ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅ) — ଏ ବୃକ୍ଷକୁ ହିନ୍ଦୁମାନେ ପବିତ୍ର ଜ୍ଞାନ କରନ୍ତି। ଏ ବୃକ୍ଷର ଉଲ୍ଲେଖ ବେଦରେ ମିଳେ। କେତେକ ଯଜ୍ଞପାତ୍ର ପଲାଶ କାଠରେ ପ୍ରସ୍ତୁତ ହୁଏ। ଉପନୟନ କାଳରେ ବ୍ରାହ୍ମଣକୁମାର ପଲାଶ ଦଣ୍ଡ ଧାରଣ କରେ। ବସନ୍ତକାଳରେ ଉଜ୍ଜ୍ୱଳ ରକ୍ତବର୍ଣ୍ଣ ଶୁକନାସାବତ୍ ପୁଷ୍ପରେ ପତ୍ରହୀନ ଡାଳମାନ ଲଦି ହୋଇ ଅତି ରମଣୀୟ ଦେଖାଯାଏ ଓ ଫୁଲ ନିର୍ଗନ୍ଧ; ଏଥିପାଇଁ ସଂସ୍କୃତ କବିମାନେ ଏ ଫୁଲର ସୌନ୍ଦର୍ଯ୍ୟ ଏବଂ ଗନ୍ଧହୀନତା ବିଷୟରେ ଅନେକ ଲେଖିଯାଇ ଅଛନ୍ତି—ହି. ଶବ୍ଦସାଗର]
  • ସଂ. ବି. (ପଳ୍ ଧାତୁ—ଯିବା+ଅ=ପଳ; ଅଶ୍ ଧାତୁ= ବ୍ୟାପିବା+ଅ=ଆଶ; ପଳ+ଆଶ; କିମ୍ବା ପଳ= ପତ୍ର+ଅସ୍ ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅ) — (ପଳ=ପତ୍ର+ଅଶ)—ପତ୍ର — Leaf
  • ସଂ. ବି. (ପଳ୍ ଧାତୁ—ଯିବା+ଅ=ପଳ; ଅଶ୍ ଧାତୁ= ବ୍ୟାପିବା+ଅ=ଆଶ; ପଳ+ଆଶ; କିମ୍ବା ପଳ= ପତ୍ର+ଅସ୍ ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅ) — ଫୁଲର ପାଖୁଡ଼ା — Petal of a flower
  • ସଂ. ବି. (ପଳ୍ ଧାତୁ—ଯିବା+ଅ=ପଳ; ଅଶ୍ ଧାତୁ= ବ୍ୟାପିବା+ଅ=ଆଶ; ପଳ+ଆଶ; କିମ୍ବା ପଳ= ପତ୍ର+ଅସ୍ ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅ) — ପତ୍ର ପରି ହରିଦ୍ବର୍ଣ୍ଣ — Emerald colour
  • ସଂ. ବି. (ପଳ୍ ଧାତୁ—ଯିବା+ଅ=ପଳ; ଅଶ୍ ଧାତୁ= ବ୍ୟାପିବା+ଅ=ଆଶ; ପଳ+ଆଶ; କିମ୍ବା ପଳ= ପତ୍ର+ଅସ୍ ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅ) — ମଗଧ ଦେଶ (ସୋନ ନଦୀ ତୀରସ୍ଥ ଦକ୍ଷିଣ ବିହାର ଅଞ୍ଚଳ) — Bihar (country); South Bihar
  • ସଂ. ବି. (ପଳ୍ ଧାତୁ—ଯିବା+ଅ=ପଳ; ଅଶ୍ ଧାତୁ= ବ୍ୟାପିବା+ଅ=ଆଶ; ପଳ+ଆଶ; କିମ୍ବା ପଳ= ପତ୍ର+ଅସ୍ ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅ) — (ପଳ=ମାଂସ+ଅଶ୍ ଧାତୁ ଖାଇବା+କର୍ତ୍ତୃ. ଅ)—ରାକ୍ଷସ — Demon
  • ସଂ. ବି. (ପଳ୍ ଧାତୁ—ଯିବା+ଅ=ପଳ; ଅଶ୍ ଧାତୁ= ବ୍ୟାପିବା+ଅ=ଆଶ; ପଳ+ଆଶ; କିମ୍ବା ପଳ= ପତ୍ର+ଅସ୍ ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅ) — ବିଧିରେ ପଲାଶ ରୁଧିର ସଞ୍ଚା ବିକଶିଲା ପୁଷ୍ପ ପରାୟେ ପଞ୍ଚ। (ପଲାଶ—ପଲାଶ ବୃକ୍ଷ . ରାକ୍ଷସ)— ଭଞ୍ଜ—ବୈଦେହୀଶ ବିଳାଶ।
  • ସଂ. ବି. (ପଳ୍ ଧାତୁ—ଯିବା+ଅ=ପଳ; ଅଶ୍ ଧାତୁ= ବ୍ୟାପିବା+ଅ=ଆଶ; ପଳ+ଆଶ; କିମ୍ବା ପଳ= ପତ୍ର+ଅସ୍ ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅ) — ପ୍ରେତ — Ghost
  • ସଂ. ବି. (ପଳ୍ ଧାତୁ—ଯିବା+ଅ=ପଳ; ଅଶ୍ ଧାତୁ= ବ୍ୟାପିବା+ଅ=ଆଶ; ପଳ+ଆଶ; କିମ୍ବା ପଳ= ପତ୍ର+ଅସ୍ ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅ) — ଗୃଧ୍ରଜାତୀୟ ପକ୍ଷି ବିଶେଷ (ହି.ଶ) — A bird resembling the vulture