ନାରଙ୍ଗ Nāraṅga
- ସଂ. ବି (ନାରୀ+ଅଙ୍ଗ; ନିପାତନ) ବିଟ; ଜାର ପୁରୁଷ — A lecher; an adulterer; a libertine
- ସଂ. ବି (ନାରୀ+ଅଙ୍ଗ; ନିପାତନ) ଏକପ୍ରକାର ମିଠା ଲେମ୍ବୁ — A kind of orange; Citrus Aurantium (Haines); the sweet orange (Kirtikar)
- ସଂ. ବି (ନାରୀ+ଅଙ୍ଗ; ନିପାତନ) [ଦ୍ର—ଏହା ଉଦ୍ୟାନଜାତ ଅମ୍ଳ ମଧୁର ଫଳ ବିଶିଷ୍ଟ ଲେମ୍ବୁଜାତୀୟ ତରୁ; ଫଳ ଗୋଲ ଏବଂ ଫଳର ଉପର ଓ ତଳ ଚେପଟା; ଫୁଲ ଧଳା। ଫୁଲ କେଶରଯୁକ୍ତ; ଫୁଲରେ ଫଳ ଧରେ। ଫଳ ବର୍ଷକେ ଥରେ ହୁଏ। ଫଳ କମଳା ଲେମ୍ବୁ ଅପେକ୍ଷା ଛୋଟ। ବୈଦ୍ୟଶାସ୍ତ୍ର ମତରେ ଏହା ଅମ୍ଳ ମଧୁର ଅଗ୍ନିଦୀପକ ଓ ବାୟୁନାଶକ—ଏହା ମେହ, ପିତ୍ତଜନିତ କାସ, ଜ୍ୱରଜନିତ ଦାହ ଓ ତୃଷାନିବାରଣ କରେ। ପାଚିଲା ଫଳର ଚୋପା ଈଷିତ୍ ହଳଦିଆ ମିଶ୍ରିତ ନାଲି। ଆସାମର ଖାସିଆ ପାହାଡ଼, ଶ୍ରୀହଟ୍ଟ (ସିଲ୍ହଟ୍), ମଧ୍ୟପ୍ରଦେଶର ନାଗପୁରରେ ଯେଉଁ ନାରଙ୍ଗ ହୁଏ ତାହା ପାଚିଲେ ମଧୁରରସ ହୁଏ ଓ ତାହାକୁ ଲୋକେ ମିଠା କମଳା କହନ୍ତି। ଆଜି କାଲି ବାମଣ୍ଡା, ନୂଆଗଡ଼ଆଦି ଗଡ଼ଜାତରେ ମିଠା କମଳା ବୃକ୍ଷ ରୋପଣ କରାଯାଇ ତହିଁରେ ମିଷ୍ଟରସ କମଳା ବୃକ୍ଷ ଫଳୁଥିବାର ଦେଖାଯାଏ; କଥିତ ଅଛି ଯେ ସ୍ପେନରେ ମୁସଲମାନ୍ ରାଜତ୍ୱକାଳରେ ଫାରସୀ 'ନାରଂଜ' ଶବ୍ଦ ସ୍ପେନଭାଷାରେ ଚଳିଲା ଓ କ୍ରମଶଃ ତାହା ଇଂରାଜିଭାଷାରେ — 'a narange'(ଗୋଟିଏ ନାରଙ୍ଗ) ଚଳିଲା ଓ ଲୋକେ ଏ ନାରେଂଜ' କହୁ କହୁ ଆନ୍ ଅରେଞ୍ଜan orangeକଲେ ଓ ଏଥିରୁ ଇଂରାଜି ଭାଷାରେ ଅରେଞ୍ଜ (ଲେମ୍ବୁ) ଶବ୍ଦ ଚଳିଲା ]
- ସଂ. ବି (ନାରୀ+ଅଙ୍ଗ; ନିପାତନ) ପିପ୍ପଳୀ ଗୁଳ୍ମର ରସ — The juice of the pepper plant (M.W.)
- ସଂ. ବି (ନାରୀ+ଅଙ୍ଗ; ନିପାତନ) ପ୍ରାଣୀ ବା ଜୀବ — A living being (M.W.)
- ସଂ. ବି (ନାରୀ+ଅଙ୍ଗ; ନିପାତନ) ଯମଜ ମଧ୍ୟରୁ ଏକ — A twin (M.W.)
- ସଂ. ବି (ନାରୀ+ଅଙ୍ଗ; ନିପାତନ) ଶୁକପକ୍ଷୀ — A parrot (M.W.)