ନାରଦ Nārada
- ସଂ. ବି. ପୁଂ (ନାର=ମନୁଷ୍ୟ ସମୁହ ବା ଜ୍ଞାନ+ଦା ଧାତୁ+ ଅ; ଯେ ମନୁଷ୍ୟମାନଙ୍କୁ ଉପଦେଶ ଦିଅନ୍ତି ବା ଯେ ଜ୍ଞାନ ଉପଦେଶ ଦିଅନ୍ତି।) — ବ୍ରହ୍ମାଙ୍କ ଦଶ ଜଣ ମାନସ ପୁତ୍ର ମଧ୍ୟରୁ ଏକତମ; ପ୍ରସିଦ୍ଧ ମୁନିବିଶେଷ — Name of a celebrated sage, the son of Brahmā
- ସଂ. ବି. ପୁଂ (ନାର=ମନୁଷ୍ୟ ସମୁହ ବା ଜ୍ଞାନ+ଦା ଧାତୁ+ ଅ; ଯେ ମନୁଷ୍ୟମାନଙ୍କୁ ଉପଦେଶ ଦିଅନ୍ତି ବା ଯେ ଜ୍ଞାନ ଉପଦେଶ ଦିଅନ୍ତି।) — ଅଷ୍ଟାଦଶ ପୁରାଣ ମଧ୍ୟରୁ ଗୋଟିଏ ପୁରାଣ — Name of one of the eighteen Hindu Purāṇas
- ସଂ. ବି. ପୁଂ (ନାର=ମନୁଷ୍ୟ ସମୁହ ବା ଜ୍ଞାନ+ଦା ଧାତୁ+ ଅ; ଯେ ମନୁଷ୍ୟମାନଙ୍କୁ ଉପଦେଶ ଦିଅନ୍ତି ବା ଯେ ଜ୍ଞାନ ଉପଦେଶ ଦିଅନ୍ତି।) — ମହାଭାରତୋକ୍ତ ବିଶ୍ୱାମିତ୍ରଙ୍କର ଏକ ପୁତ୍ର — Name of a son of sage Biṡwāmitra
- ସଂ. ବି. ପୁଂ (ନାର=ମନୁଷ୍ୟ ସମୁହ ବା ଜ୍ଞାନ+ଦା ଧାତୁ+ ଅ; ଯେ ମନୁଷ୍ୟମାନଙ୍କୁ ଉପଦେଶ ଦିଅନ୍ତି ବା ଯେ ଜ୍ଞାନ ଉପଦେଶ ଦିଅନ୍ତି।) — କଶ୍ୟପ ମୁନିଙ୍କ ସ୍ତ୍ରୀଙ୍କଠାରୁ ଉତ୍ପନ୍ନ ଗନ୍ଧର୍ବ ବିଶେଷ — Name of a progenitor of mankind
- ସଂ. ବି. ପୁଂ (ନାର=ମନୁଷ୍ୟ ସମୁହ ବା ଜ୍ଞାନ+ଦା ଧାତୁ+ ଅ; ଯେ ମନୁଷ୍ୟମାନଙ୍କୁ ଉପଦେଶ ଦିଅନ୍ତି ବା ଯେ ଜ୍ଞାନ ଉପଦେଶ ଦିଅନ୍ତି।) — ମତ୍ସ୍ୟପୁରାଣୋକ୍ତ ଶାକଦ୍ୱୀପର ପର୍ବତବିଶେଷ — Name of a mythological mountain
- ସଂ. ବି. ପୁଂ (ନାର=ମନୁଷ୍ୟ ସମୁହ ବା ଜ୍ଞାନ+ଦା ଧାତୁ+ ଅ; ଯେ ମନୁଷ୍ୟମାନଙ୍କୁ ଉପଦେଶ ଦିଅନ୍ତି ବା ଯେ ଜ୍ଞାନ ଉପଦେଶ ଦିଅନ୍ତି।) — ବୃହନ୍ନାରଦୀୟ ନାମକ ଉପପୁରାଣ — Name of a minor Hindu Mythological work
- ଦେ. ବିଣ. ପୁଂ. (ରଦ ଅର୍ଥାତ୍ ଦନ୍ତ ନ ଥିବାରୁ) — ଦନ୍ତହୀନ, ପାକୁଆ — Toothless
- ଦେ. ବିଣ. ପୁଂ. (ରଦ ଅର୍ଥାତ୍ ଦନ୍ତ ନ ଥିବାରୁ) — ଟାଣ ଚଣା ଚର୍ବଣ ନାରଦ କଲାପରି—ଅଭିମନ୍ୟୁ, ବିଗ୍ଧଚିନ୍ତାମଣି।
- ଦେ. ବି — ଯେ ପର ଘରେ କଳି ମଞ୍ଜି ବୁଣେ — One who sows seeds of dissension in another's family
- ଦେ. ବି — [ଦ୍ର—ନାରଦମୁନି ପୁରାଣ. ବେଦାନ୍ତ, ତନ୍ତ୍ର ଓ ସ୍ମୃତ୍ତିଶାସ୍ତ୍ରଆଦି ଅନେକ ଗ୍ରନ୍ଥର ପ୍ରଣେତା। ନାରଦ ସ୍ମୃତି ଗୋଟିଏ ପ୍ରସିଦ୍ଧ ଗ୍ରନ୍ଥ। ଏ ମନପବନ ବାହନ (ଢିଙ୍କି ଆକୃତି ବିଶିଷ୍ଟ)ରେ ଚଢ଼ି ଦେବ— ଲୋକ ଓ ମର୍ତ୍ତ୍ୟଲୋକକୁ ଯିବା ଆସିବା କରି ସ୍ୱର୍ଗର ଖବର ମର୍ତ୍ତ୍ୟରେ ଓ ମର୍ତ୍ତ୍ୟର ଖବର ସ୍ୱର୍ଗରେ ଦେଇ ସ୍ୱର୍ଗବାସୀ ଓ ମର୍ତ୍ତ୍ୟବାସୀଙ୍କ ମଧ୍ୟରେ କଳି ଭିଆଉ ଥିବା ବିଷୟ ପୁରାଣମାନଙ୍କରେ ବର୍ଣ୍ଣିତ ହୋଇ— ଥିବାରୁ ଲୋକେ କଳି ଭିଆଇବା ବ୍ୟକ୍ତିକୁ 'ନାରଦ' ନାମ ଦିଅନ୍ତି। ନାରଦଙ୍କ ହାତରେ ଥିବା ମୁଣିକୁ ଲୋକେ କଳି ମୁଣି ବା କଳି ଧୋକଡ଼ି କହନ୍ତି। ଏହାଙ୍କ ବାହାନ ଢିଙ୍କି ପରି (ସମ୍ଭବତଃ — Aeroplaneବା ଉଡ଼ାଜାହାଜ) ଏହାଙ୍କ କାନ୍ଧରେ ବୀଣା, ହାତରେ ଜପାମାଳା, କାଖରେ କଳିଧୋକଡ଼ି ଏ ବୀଣାଯନ୍ତ୍ରର ଆବିଷ୍କର୍ତ୍ତା ବୋଲି ବିଖ୍ୟାତ ଜଟାଜୁଟବିଶିଷ୍ଟ ବୃଦ୍ଧ ଋଷିରୂପେ ଲୋକେ ଏହାଙ୍କର କଳ୍ପନା କରନ୍ତି]