ଦ୍ରାବକ Drābaka
- ସଂ. ବିଣ. (ଦ୍ରୁ ଧାତୁ ଣିଚ୍ ଦ୍ରାବି. ଧାତୁ+ଅକ) — ଯାହା ତରଳାଏ — Melting; liquefying
- ସଂ. ବିଣ. (ଦ୍ରୁ ଧାତୁ ଣିଚ୍ ଦ୍ରାବି. ଧାତୁ+ଅକ) — ଯହିଁରେ ଅନ୍ଯ ବସ୍ତୁ ମିଳାଇଯାଏ; ଦ୍ରବକାରକ — Solvent
- ସଂ. ବିଣ. (ଦ୍ରୁ ଧାତୁ ଣିଚ୍ ଦ୍ରାବି. ଧାତୁ+ଅକ) — ଯାହା ମିଶାଗଲେ ଧାତୁ ସହଜରେ ତରଳିଯାଏ — 4. Assisting the fusion of metals
- ସଂ. ବିଣ. (ଦ୍ରୁ ଧାତୁ ଣିଚ୍ ଦ୍ରାବି. ଧାତୁ+ଅକ) — ପଳାୟମାନ — Fugitive; fleeing away
- ସଂ. ବିଣ. (ଦ୍ରୁ ଧାତୁ ଣିଚ୍ ଦ୍ରାବି. ଧାତୁ+ଅକ) — ଚତୁର; ଚଲାଖ (ହି. ଶ) — Clever
- ସଂ. ବିଣ. (ଦ୍ରୁ ଧାତୁ ଣିଚ୍ ଦ୍ରାବି. ଧାତୁ+ଅକ) — ହୃଦୟଗ୍ରାହୀ (ହି. ଶ) — Interesting
- ସଂ. ବିଣ. (ଦ୍ରୁ ଧାତୁ ଣିଚ୍ ଦ୍ରାବି. ଧାତୁ+ଅକ) — (ବୈଦ୍ଯକ) ଯେଉଁ ଔଷଧ ସେବନ କଲେ ଖୁବ୍ ପ୍ରସ୍ରାବ ହୁଏ — (medicine) Diuretic
- ବି. — ଧାତୁମାନ ଶ୍ରୀଘ୍ର ତରଳି ଯିବା ବିଷୟରେ ଯାହା ସାହାଯ୍ଯ କରେ — A flux which accelerates the fusion of metals
- ବି. — ଯେଉଁ ତରଳ ପଦାର୍ଥରେ ଅନ୍ୟବସ୍ତୁ ମିଳାଇ ଯାଇଥାଏ; ରାସାୟନିକ ପ୍ରକ୍ରିୟାଦ୍ୱାରା ଧାତୁ ଆଦି ମିଶ୍ରିତ ତରଳ ପଦାର୍ଥ — A chemical solution
- ବି. — ଯେଉଁ ଦ୍ରବ ପଦାର୍ଥରେ ଧାତୁ ଆଦି ମିଳାଇ ଯାଏ; ଅମ୍ଲରସ ବିଶେଷ; ଏସିଡ୍ — Acid; a kind of sour juice
- ବି. — (ଯଥା—ଗନ୍ଧକ ଦ୍ରାବକ, ଯବକ୍ଷାର ଦ୍ରାବକ, ଅଙ୍ଗାରକ ଦ୍ରାବକ।)
- ବି. — ଲମ୍ପଟ ବ୍ଯକ୍ତି — A licentious man; an adulteror