ଦୁରାଲଭା Durālabhā
- ସଂ. ବି. ସ୍ତ୍ରୀ — କ୍ଷୁଦ୍ର କଣ୍ଟକୀ ଔଷଧୀ ଗୁଳ୍ମବିଶେଷ — A medicinal thorny plant
- ସଂ. ବି. ସ୍ତ୍ରୀ — [ଦ୍ର—ଏହା ବାତପିତ୍ତ ଜ୍ୱର ଓ ଗୁଳ୍ମ ରୋଗରେ ହିତକର। ବଜାରରେ ଦୁରାଲଭା ନାମରେ ଯାହା ବିକ୍ରି ହୁଏ ତାହା ଏହି ଜାତୀୟ ଯବାଶ ନାମକ ଅନ୍ଯ ଏକ ଗୁଳ୍ମର ଅଂଶ। ଦୁହିଁଙ୍କର ଏକ ଗୁଣ। ଏହା ସେବନ କଲେ ଦାହ ଓ ବିଷମଜ୍ୱର ନିବାରିତ ହୁଏ, କୋଷ୍ଠ ପରିଷ୍କାର ହୁଏ। ଏହା ତନ୍ଦ୍ରା, ଦୌର୍ବଲ୍ୟ ଶ୍ୱାସ, ଗୁଳ୍ମ, ଅର୍ଶ, ଉଦରରୋଗ ଓ ଚକ୍ଷୁ ରୋଗର ହିତକାର।]
- ସଂ. ବି. ସ୍ତ୍ରୀ — ଦୁର୍ଲ୍ଲଭା (ଦେଖ) — Durllabhā (See)