ଦଶ ଦଶା Daṡa daṡā
- ସଂ. ବି. (ଦଶ+ଦଶା; କର୍ମଧା) — ମନୁଷ୍ୟ ଜୀବନର ଦଶ ଅବସ୍ଥା — Ten stages of a human life
- ସଂ. ବି. (ଦଶ+ଦଶା; କର୍ମଧା) — [ଦ୍ର—ଦଶ ଅବସ୍ଥା; ଯଥା—ଗର୍ଭବାସ, ଜନ୍ମ, ବାଲ୍ୟ, କୌମାର, ପୌଗଣ୍ଡ, ଯୌବନ, ସ୍ଥାବିର୍ୟ୍ଯ, ଜରା, ପ୍ରାଣରୋଧ ଓ ପ୍ରାଣନାଶ।]
- ସଂ. ବି. (ଦଶ+ଦଶା; କର୍ମଧା) — କାମାତୁର ବ୍ଯକ୍ତିର ଦଶ ଗୋଟି ଅବସ୍ଥା — The ten stages which an unrequited lover experiences
- ସଂ. ବି. (ଦଶ+ଦଶା; କର୍ମଧା) — [ଦ୍ର—ଦଶ ଅବସ୍ଥା, ଯଥା—ଅଭିଳାଷ, ଚିନ୍ତା, ସ୍ମୃତି, ଗୁଣ କଥନ, ଉଦ୍ବେଗ, ପ୍ରଳାପ, ଉନ୍ମାଦ, ବ୍ୟାଧି, ଜଡ଼ତା ଓ ମୃତ୍ୟୁ।]
- ସଂ. ବି. (ଦଶ+ଦଶା; କର୍ମଧା) — ଭକ୍ତର ଦଶ ଗୋଟି ଅବସ୍ଥା — The ten stages passed by a devotee
- ସଂ. ବି. (ଦଶ+ଦଶା; କର୍ମଧା) — [ଦ୍ର—ଦଶ ଅବସ୍ଥା, ଯଥା—ଶ୍ରବଣ, କୀର୍ତ୍ତନ, ସ୍ମରଣ, ଅର୍ଚ୍ଚନା, ବନ୍ଦନା, ପଦସେବନ, ଦାସ୍ୟ, ସୌଖ୍ୟ, ନିବେଦନ, ସ୍ଥିରଭାବ।]