ତାକୁଡ଼ି Tākuṟḍ̠i
- ଦେ. ବି. (ସଂ. ତର୍କୁଟୀ) — ସୂତା କାଟିବାର ଲୁହା ବା ବାଉଁଶର ଶଳାକା — Spindle; Takli
- ଦେ. ବି. (ସଂ. ତର୍କୁଟୀ) — [ଦ୍ର—ଏହା ମୂଳରେ ଗୋଟିଏ ଭାରୀ ଚକତି ବା ଗୋଟାଳି ବା ପିଣ୍ଡ (ତକୁପିଣ୍ଡ ବା ତର୍କୁପୀଠ) ଥାଏ ଓ ଅଗରେ ଖଣ୍ଡେ ଛୋଟ ସୂତାଦଶୀ (ନାକି) ଲାଗିଥାଏ।]
- ଦେ. ବି. (ସଂ. ତର୍କୁଟୀ) — ଅରଟରେ ଲାଗିଥିବା ଲୌହ ଶଳାକା — Spindle of a spinning wheel
- ବିଣ — ଗୋଟିଏ ତାକୁଡିରେ ଗୁଡିଆ ହେବା ପରିମିତ (ସୂତା) — Spindleful (of thread)
- ବିଣ — ବରଷକେ କାଟେଁ ଚିନି ତାକୁଡ଼ି ଲୋ ଦିନକେ କାଟଇ ଖିଏ, ସାଇ ପଡ଼ୁଶୁଣୀ ପଚାରିଆ ତୁ ମୋ ପରି ଘରଣୀ କିଏ? ହାସ୍ୟତରଙ୍ଗ ଗୀତ।
- ବିଣ — [ଦ୍ର—ଆମ ଦେଶରେ ତୂଳାରୁ ବା ଝୋଟରୁ ବା ଛଣପଟରୁ ତାକୁଡ଼ୀ ଦ୍ୱାରା ସୁତା କାଟିବା କାର୍ଯ୍ୟ ବହୁକାଳରୁ ପ୍ରଚଳିତ ଅଛି। ଅରଟ ପରବର୍ତ୍ତୀ କାଳର ସୃଷ୍ଟି। ଗରିବ ପରିବାରର ମାଇପେ, ବିଶେଷତଃ ବିଧବା ବ୍ରାହ୍ମଣୀମାନେ ଏ ପର୍ଯ୍ୟନ୍ତ ତୂଳାକୁ ବଳି ବଳଣା କରି ବଳଣାରୁ ତାକୁଡ଼ିରେ ପଇତା ସୁତା କାଟୁ ଅଛନ୍ତି।
- ବିଣ — ତାକୁଡ଼ିର ମୂଳରେ ଗୋଟିଏ ଚକି ଥାଏ ଓ ତାକୁଡ଼ି ଶଳାକାକୁ ଜଙ୍ଘରେ ବଳି ଛାଡ଼ି ଦେଲେ ଏହା ବୁଲୁଥାଏ ଏବଂ ସୂତା ମନକୁ ବଳି ହୋଇ ତିଆରି ହେଉ ଥାଏ। ସୂତା ବଳି ହେଲା ବାଦ୍ ତାହାକୁ ତାକୁଡ଼ିର ମୂଳରେ ଗୁଡ଼ାଇ ପୁଣି ନୂଆ ସୂତା କାଟିବାକୁ ହୁଏ।]