ଜୁଟିବା Juṭibā
- ଦେ. କ୍ରି. (ସଂ. ଜୁଟ୍ ଧାତୁ) — ମିଳିତ ହେବା — To meet
- ଦେ. କ୍ରି. (ସଂ. ଜୁଟ୍ ଧାତୁ) — ଏକତ୍ର ହେବା — To be gathered or collected together
- ଦେ. କ୍ରି. (ସଂ. ଜୁଟ୍ ଧାତୁ) — ପ୍ରାପ୍ତହେବା; ମିଳିବା; ହାତକୁ ଆସିବା — To be got or had or attained; to come to hand
- ଦେ. କ୍ରି. (ସଂ. ଜୁଟ୍ ଧାତୁ) — [ଯଥା—ମୋତେ ଆଜି ମୁଠିଏ ଅନ୍ନ ଜୁଟିଲା ନାହିଁ।]
- ଦେ. କ୍ରି. (ସଂ. ଜୁଟ୍ ଧାତୁ) — କୌଣସି ସ୍ଥାନରେ ବା ବ୍ଯକ୍ତି ନିକଟରେ ଆସି ଉପସ୍ଥିତ ହେବା; ଭେଟିବା — To arrive at a place or reach near a person
- ଦେ. କ୍ରି. (ସଂ. ଜୁଟ୍ ଧାତୁ) — (ଯଥା—ତୁମ୍ଭେମାନେ ଯାଉଥାଅ, ମୁଁ ପଛରୁ ଯାଇ କଟକ ଠାରେ ଜୁଟି ଯିବି ଯେ।)