ଜୁଟେଇବା Juṭeibā

  • ଦେ. କ୍ରି. (ସଂ. ଜୁଟ ଧାତୁ ଣିଜନ୍ତ) — ଏକତ୍ର କରିବା; ସଂଗ୍ରହ କରିବା — To collect; to gather
  • ଦେ. କ୍ରି. (ସଂ. ଜୁଟ ଧାତୁ ଣିଜନ୍ତ) — (ଯଥା—ପୁସ୍ତକାଗାରରେ ସେ ଗୁଡ଼ିଏ ବାଜେ ପୁସ୍ତକ ଆଣି ଜୁଟାଇଛି।)
  • ଦେ. କ୍ରି. (ସଂ. ଜୁଟ ଧାତୁ ଣିଜନ୍ତ) — ଏକାଧିକ ବ୍ଯକ୍ତିଙ୍କୁ ଏକସ୍ଥାନରେ ଏକତ୍ର କରାଇବା — To cause many persons to gather
  • ଦେ. କ୍ରି. (ସଂ. ଜୁଟ ଧାତୁ ଣିଜନ୍ତ) — (ଯଥା—ଆଜି ସଭାରେ ସେ 200 ଲୋକ ଆଣି ଜୁଟାଇଛି।) — (ଯଥା—ଆଜି ସଭାରେ ସେ200ଲୋକ ଆଣି ଜୁଟାଇଛି)
  • ଦେ. କ୍ରି. (ସଂ. ଜୁଟ ଧାତୁ ଣିଜନ୍ତ) — ପ୍ରଣୟାର୍ଥୀ ପୁରୁଷ ଓ ସ୍ତ୍ରୀଙ୍କ ମଧ୍ୟରେ ମିଳନ ଘଟାଇବା — 2. To bring about love-interview between lovers
  • ଦେ. କ୍ରି. (ସଂ. ଜୁଟ ଧାତୁ ଣିଜନ୍ତ) — (ଯଥା—ଦୂତୀ ରାଧିକାଙ୍କୁ ଶ୍ରୀକୃଷ୍ଣଙ୍କ ପାଖେ ଜୁଟାଇଲେ।)
  • ଦେ. କ୍ରି. (ସଂ. ଜୁଟ ଧାତୁ ଣିଜନ୍ତ) — ଦୁଇଜଣଙ୍କର ମିଳନ ଘଟାଇବା — 1. To bring about a meeting between two persons
  • ଦେ. କ୍ରି. (ସଂ. ଜୁଟ ଧାତୁ ଣିଜନ୍ତ) — (ଯଥା—ଶତ୍ରୁଦ୍ୱୟଙ୍କୁ ସେ ଆଣି ଜୁଟାଇ ଦେଲେ।)
  • ଦେ. କ୍ରି. (ସଂ. ଜୁଟ ଧାତୁ ଣିଜନ୍ତ) — କୌଶଳ ବା ଯୋଗାଡ଼ଯନ୍ତ୍ରଦ୍ୱାରା କୌଣସି ବସ୍ତୁକୁ ଅଭିପ୍ରେତ ସ୍ଥାନରେ ପହଞ୍ଚାଇବା — To succeed in bringing any thing to a place by skill or stratagem; to procure
  • ଦେ. କ୍ରି. (ସଂ. ଜୁଟ ଧାତୁ ଣିଜନ୍ତ) — (ଯଥା— ଏ ଭୋଜିପାଇଁ ମୁଁ ଚାନ୍ଦା କରି 50 ଟଙ୍କା ଜୁଟାଇଲି।) — (ଯଥା— ଏ ଭୋଜିପାଇଁ ମୁଁ ଚାନ୍ଦା କରି50ଟଙ୍କା ଜୁଟାଇଲି)
  • ଦେ. କ୍ରି. (ସଂ. ଜୁଟ ଧାତୁ ଣିଜନ୍ତ) — ବିବାହସଂପର୍କରେ ବରକନ୍ୟା ଯୋଗାଡ଼ି ଦେବା — To negotiate for and bring about a marriage; to act as a match-maker
  • ଦେ. କ୍ରି. (ସଂ. ଜୁଟ ଧାତୁ ଣିଜନ୍ତ) — (ଯଥା—ଏ କନ୍ୟାଟି ପାଇଁ ଗୋଟିଏ ବରପାତ୍ର ଜୁଟେଇ ପାରିବ କି?)