ଜାରିବା Jāribā
- ଦେ. କ୍ରି. (ସଂ. ଜୃ ଧାତୁ) — ଜାରଣ କରିବା; ଧାତୁଦ୍ରବ୍ୟାଦି ଶୋଧନ କରିବା — To reduce or purify metals for medicinal purposes
- ଦେ. କ୍ରି. (ସଂ. ଜୃ ଧାତୁ) — ଧାତୁ ଆଦି ଭସ୍ମ କରିବା — To reduce to ashes; to oxidise; to calcine
- ଦେ. କ୍ରି. (ସଂ. ଜୃ ଧାତୁ) — ତୈଳ ଆଦିକୁ ଉତ୍ତାପରେ ଜଳହୀନ କରିବା — To heat oil etc. over fire so as to cause the water dissolved in it to evaporate
- ଦେ. କ୍ରି. (ସଂ. ଜୃ ଧାତୁ) — ଜୀର୍ଣ୍ଣ କରିବା — To digest
- ଦେ. କ୍ରି. (ସଂ. ଜୃ ଧାତୁ) — ଘନ ପଦାର୍ଥକୁ ପାଣିରେ ମିଳାଇବା — To dissolve
- ଦେ. କ୍ରି. (ସଂ. ଜୃ ଧାତୁ) — ନିସ୍ତେଜ କିରବା — To make powerless
- ଦେ. କ୍ରି. (ସଂ. ଜୃ ଧାତୁ) — ମାର ସୁକୁମାରୀ ନ ପୁଣ କଞ୍ଜାରି ଜାରି ଲୋଡ଼ଇ ଏହା ସୁମରି ମରି। ଭଞ୍ଜ, ପ୍ରେମସୁଧାନିଧି।
- ଦେ. କ୍ରି. (ସଂ. ଜୃ ଧାତୁ) — (ଲକ୍ଷଣାର୍ଥ) ଉପଯୁକ୍ତ ଶାସ୍ତି ଦେବା; ଜବତ୍ କରିବା — To teach a lesson by punishing
- ଦେ. କ୍ରି. (ସଂ. ଜୃ ଧାତୁ) — ହରିଲେ ସକଳ ମନ ଜାରିଲେ ଗାରିମା ଜନ। ପ୍ରାଚୀ, ରହସ୍ୟମଞ୍ଜରୀ।