ଜାଲ Jāla
- ଦେ. ବି. (ସଂ. ଜାଳ) — ଜୀବଜନ୍ତୁ ଆଦି ଧରିବା ନିମନ୍ତେ ପ୍ରସ୍ତୁତ ସୂତ୍ରାଦି ନିର୍ମିତ ଯନ୍ତ୍ର; ଫାନ୍ଦ — Snare
- ଦେ. ବି. (ସଂ. ଜାଳ) — ଫାସ — Noose
- ଦେ. ବି. (ସଂ. ଜାଳ) — ବୁଢ଼ିଆଣୀ ସୂତା — Cobweb; spider's web
- ଦେ. ବି. (ସଂ. ଜାଳ) — ମାଛ ଧରିବାର କ୍ଷୁଦ୍ର କ୍ଷୁଦ୍ର ଛିଦ୍ରଯୁକ୍ତ ଯନ୍ତ୍ର — Net
- ଦେ. ବି. (ସଂ. ଜାଳ) — [ଦ୍ର—ଏହା ଅନେକ ପ୍ରକାରର; ଯଥା—ଖିଅଜାଲ, ଖେପା ଜାଲ, ପେଲଣା ଜାଲ, କାଠି ବା ଖାଡ଼ି ଜାଲ, ଗଣ୍ଠି ଜାଲ ବା ଚୂନା ଜାଲ, ଭିଡ଼ ବା ବଡ଼ ଜାଲ ଓ ଜାଲ ପୋଳୁହ ଇତ୍ୟାଦି।]
- ବୈଦେ. ବି ଓ ବିଂ. (ଆ. ଜଅଲ) — ଜାଲ୍ (ଦେଖ) — Jāl (See)