ଛେଦିବା Chhedibā
- ଦେ. କ୍ରି. (ସଂ. ଛିଦ୍ ଧାତୁ) — ଛେଦନ କରିବା; କର୍ତ୍ତନ କରିବା; ହାଣିବା; କାଟିବା — To cut through
- ଦେ. କ୍ରି. (ସଂ. ଛିଦ୍ ଧାତୁ) — କାଟିକରି ଅଲଗା କରିବା — To cut off
- ଦେ. କ୍ରି. (ସଂ. ଛିଦ୍ ଧାତୁ) — କୁଲାରେ ପାଛୁଡ଼ି କରି ଶସ୍ୟରୁ ଖୁଦ ବା କଣିଗୁଡ଼ିକ ଅଲଗା କରିବା — To separate small particles from bigger grains by winnowing
- ଦେ. କ୍ରି. (ସଂ. ଛିଦ୍ ଧାତୁ) — ଗଛର ଡାଳକୁ ସମାନ ସମାନ କରି କାଟିବା — To prune
- ଦେ. କ୍ରି. (ସଂ. ଛିଦ୍ ଧାତୁ) — ଦୂର କରିବା; ନାଶ କରିବା — To remove; to do away with
- ଦେ. କ୍ରି. (ସଂ. ଛିଦ୍ ଧାତୁ) — ମାୟାରେ ହୋଇଣ ପ୍ରଭେଦ ଜ୍ଞାନ ବିବେକ ତାହା ଛେଦ। ଜଗନ୍ନାଥ, ଭାଗବତ।