ଛେକିବା Chhekiā

  • ଦେ. କ୍ରି — କଉଡ଼ି ବା ପଶାଖେଳାଳୀର ହାତମୁଠାରେ ଥିବା କଉଡ଼ି ବା ପଶାକାଠିକୁ ତଳେ ଛାଡ଼ିଦେଲେ ସଂକଳ୍ପିତ ଦାନ ପଡ଼ିବ ଏହି ଉଦ୍ଦେଶ୍ୟରେ ମୁଠାମଧ୍ୟରେ ପଶାକାଠି ବା କଉଡ଼ିଗୁଡ଼ିକ ସଜ୍ଜିତ କରିବା — To manipulate the cawries (conch-shells) and dice while holding them inside the fist, in such a way that they will bring out the desired turn when thrown (considered as unfair in the game of cawries or dice.)
  • ଦେ. କ୍ରି — [ଦ୍ର—ଏ ରୀତି ପଶା ବା କଉଡ଼ି ଖେଳରେ ଅସଦୁପାୟ ରୂପେ ବିବେଚିତ ହୁଏ।]
  • ଦେ. କ୍ରି — ଉଗାଳିବା — To obstruct a person from the front
  • ଦେ. କ୍ରି — ଛକିବା; ଶତ୍ରୁକୁ ଆକ୍ରମଣ କରିବାକୁ ଗୋପନଭାବରେ ଜଗି ରହିବା — To be on the look-out for; the Enemy; to lie in ambush
  • ଦେ. କ୍ରି — (ଯଥା—ଦେଖ, ସେ ତତେ ଛେକିଛି, କାହିଁ ଦେଖିଲେ ମସ୍ତ ଏକ କୁଟାଣ ଦେବ।)
  • ଦେ. କ୍ରି — ସୁବିଧା ଉଣ୍ଡିବା; ଓର ଉଣ୍ଡିବା — To seek an opportunity for accomplishing one's object
  • ଦେ. କ୍ରି — (ଯଥା—ଯେତେ ଛେକିଲେ ହେଲେ କଅଣ ମୋତେ ଧରି ପାରିବୁ?)
  • ପ୍ରାଦେ. (ସମ୍ବଲପୁର) କ୍ରି — ବିପକ୍ଷପକ୍ଷର ସାକ୍ଷୀକୁ କୂଟପ୍ରଶ୍ନ କରିବା; ଜେରା କରିବା — To cross-examine a witness