ଛାଟିବା Chhāṭibā

  • ଦେ. କ୍ରି.— (ସଂ. କ୍ଷିପ୍ତ, ପ୍ରା. ଛିତ୍ତ) — ଅଙ୍ଗାଦି ବିକ୍ଷେପ କରିବା — To Throw about one's limbs
  • ଦେ. କ୍ରି.— (ସଂ. କ୍ଷିପ୍ତ, ପ୍ରା. ଛିତ୍ତ) — ଛିଞ୍ଚାଡ଼ି ଦେବା; ନିକ୍ଷେପ କରିବା — To throw with a jeck
  • ଦେ. କ୍ରି.— (ସଂ. କ୍ଷିପ୍ତ, ପ୍ରା. ଛିତ୍ତ) — କାଦୁଆ ଭୂମିରେ ଶସ୍ୟ ବୀଜ (ବିହନ) ଆଦି ବଳପୂର୍ବକ ବୁଣିବା — To jerk out seeds into a muddy field
  • ଦେ. କ୍ରି.— (ସଂ. କ୍ଷିପ୍ତ, ପ୍ରା. ଛିତ୍ତ) — ବଳପୂର୍ବକ ଝିଙ୍କିବା — To snatch away with a jerk
  • ଦେ. କ୍ରି.— (ସଂ. କ୍ଷିପ୍ତ, ପ୍ରା. ଛିତ୍ତ) — ଖଣ୍ଡେ କାଟି ନେଲା ମାନ୍ଦରାଜ ରାଜ୍ୟ ଖଣ୍ଡେ ଛାଟିନେଲା ବଙ୍ଗ। ଭିକାରୀ, ଗୀତଲହରୀ।
  • ଦେ. କ୍ରି.— (ସଂ. କ୍ଷିପ୍ତ, ପ୍ରା. ଛିତ୍ତ) — ବନଶୀ ବା ଦଉଡ଼ି ଆଦି ଦ୍ୱାରା ମାଛ ଆଦିଙ୍କୁ ଉପରକୁ ଝିଙ୍କି ଆଣିବା — To bring up with a jerk
  • ଦେ. କ୍ରି.— (ସଂ. କ୍ଷିପ୍ତ, ପ୍ରା. ଛିତ୍ତ) — କିଶୋରୀଙ୍କର ମନ ମୀନକୁ ଏ ବଚନ-ମିଷ ବଡ଼ୀଶ ଲାଠି ଛାଟିଲା ରେ। କବିସୂର୍ଯ୍ୟ, ସଙ୍ଗୀତ।
  • ଦେ. କ୍ରି.— (ସଂ. କ୍ଷିପ୍ତ, ପ୍ରା. ଛିତ୍ତ) — (କାନ୍ଥରେ ମାଟି) ଲେସିବା; ତୀର୍ଯ୍ୟକ୍ ଭାବରେ କୌଣସି ବସ୍ତୁକୁ (ଯଥା—କାଦୁଅ ବା ଗୋବର) ଅନ୍ଯ ବସ୍ତୁର (ଯଥା—କାନ୍ଥର) ଦେହକୁ ଫୋପାଡ଼ିବା — To throw mud etc obliquely
  • ଦେ. କ୍ରି.— (ସଂ. କ୍ଷିପ୍ତ, ପ୍ରା. ଛିତ୍ତ) — (ସଂ. ଛୋଦନ; ଖଣ୍ଡନ) (ଗଛର ଡାଳକୁ) ଅଗ ଆଡ଼ୁ ସମାନ କରି କାଟିବା — To prune (the braches of a tree)
  • ଦେ. କ୍ରି.— (ସଂ. କ୍ଷିପ୍ତ, ପ୍ରା. ଛିତ୍ତ) — ମୁଣ୍ଡର ବାଳ କତୁରିବା; ଛାଣ୍ଟିବା — To crop (the hair)