କୋଚିଆ Kochiā

  • ଦେ. ବି. (ସଂ. କୁଚିକ, ପୁଂ; କୁଚିକା. ସ୍ତ୍ରୀ) — ସର୍ପାକୃତି ଜଳଚର କ୍ଷୁଦ୍ର ଜନ୍ତୁ — Unibrachapertura Cuchiya; Muraena; A pterygia Synbrache; small electric eel; Gymnotus
  • ଦେ. ବି. (ସଂ. କୁଚିକ, ପୁଂ; କୁଚିକା. ସ୍ତ୍ରୀ) — [ଦ୍ର—ଏହାକୁ ବାଉରି, କଣ୍ଡରା, ପାଣ ଆଦି ଛୋଟ ଜାତିର ଲୋକମାନେ ଖାଆନ୍ତି। ଏହା ଦେହରେ ମାଛ ଭଳି ଛୋଟ ପକ୍ଷୀ ଓ ଲାଞ୍ଜ ଥାଏ; ଏ ପଙ୍କ ଓ ଜଳ ମଧ୍ୟରେ ରହେ। ଏହା ଦେହରେ ବୈଦ୍ୟୁତିକ ଶକ୍ତି ଅଛି। ଏହାର ବର୍ଣ୍ଣ ହଳଦିଆ ଓ ନାଲି ମିଶା ପାଣ୍ଡୁର। ରୁଗ୍ଣ ଓ ଶୀର୍ଣ୍ଣ ଶିଶୁ ଦେହରେ କୋଚିଆ ଆଣି ଗୁଡ଼ାଇ ଦେଲେ ଉପକାର ହେବାର ଦେଖାଯାଏ। କୋଚିଆ ଉଭୟଚର। ମାଛ ଅପେକ୍ଷା ଏ ଅଧିକ କାଳ ଶୁଖିଲା ଜାଗାରେ ବଞ୍ଚି ରହି ପାରେ। ଏହାକୁ ଧରି ପକାଇଲେ କ୍ଷଣକାଳ ଦେହ ଝିମିଝିମି ହୋଇ ଯାଏ। କଥିତ ଅଛି ଯେ ଏହାର ଦଂଶନ ଗୋରୁ ପକ୍ଷରେ ମାରାତ୍ମକ କିନ୍ତୁ ମନୁଷ୍ୟ ପକ୍ଷରେ ନିରାପଦ — (M.W.),କୋଚିଆରକ୍ତ ଗାଢ଼ ହରିତାଭ ରକ୍ତବର୍ଣ୍ଣ]