କୁନ୍ଦନ Kundana
- ସଂ. ବି. (କୁନ୍ଦ ଧାତୁ+ଭାବ. ଅନ) — କୁନ୍ଦିବା କାମ — Act of turning lathe
- ସଂ. ବି. (କୁନ୍ଦ ଧାତୁ+ଭାବ. ଅନ) — କୁନ୍ଦାଯନ୍ତ୍ରରେ ପ୍ରସ୍ତୁତ ପଦାର୍ଥ — A thing turned out by the lathe
- ଦେ. ବି — କୁନ୍ଦ — A turners lathe
- ଦେ. ବି — କଉଡ଼ି ଖେଳରେ ବାଜି ମାରି ହୁଡ଼ ବାନ୍ଧିବା ପଇସାର ଗଦା — A slake of money at the game of Cowries
- ଦେ. ବି — ସୁନା — Gold
- ଦେ. ବି — ଯେ କୁଦନେ ଖଞ୍ଜେ ମଣି ନ ବସାଇ ଶାଣେ। କବିସୂର୍ଯ୍ୟ, ସଙ୍ଗୀତ।
- ଦେ. ବି — ସୁନାରେ ପଥର ଖଚିତ ହେବା କର୍ମ — Setting gems on gold
- ଦେ. ବିଣ — କୁନ୍ଦରେ ବସିଥିବା — Turned out by the lathe
- ଦେ. ବିଣ — ନାସା ଫୁଲିବାରେ ଚଳେ ହୀରାବସା କୁନ୍ଦନ ନିବାଡ଼ ଗୁଣା। ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ।