କୁନ୍ତୀ Kuntī

  • ସଂ. ବି. ସ୍ତ୍ରୀ (ନାମ) (କୁନ୍ତ=କୁନ୍ତିଭୋଜ ରାଜା+ଦେୟାର୍ଥେ. ଅ+ସ୍ତ୍ରୀ. ଈ) — କର୍ଣ୍ଣ, ଯୁଧିଷ୍ଠିର, ଭୀମ ଓ ଅର୍ଜୁନଙ୍କ ମାତା; କୁନ୍ତିଭୋଜ— ରାଜାଙ୍କ ପୋଷ୍ୟକନ୍ଯା; ପୃଥା; ପଣ୍ଡୁରାଜାଙ୍କ ପ୍ରଥମା ସ୍ତ୍ରୀ — The adopted daughter of the king Kuntibhoja; the first wife of king Paṇḍu mother of Karṇṇa, J̄udhusṭhira, Bhima and Arjuna
  • ସଂ. ବି. ସ୍ତ୍ରୀ (ନାମ) (କୁନ୍ତ=କୁନ୍ତିଭୋଜ ରାଜା+ଦେୟାର୍ଥେ. ଅ+ସ୍ତ୍ରୀ. ଈ) — [ଦ୍ର—କୁନ୍ତୀ ବା ପୃଥା ଶୂରନାମକ ଯାଦବଙ୍କର କନ୍ଯା ଥିଲେ ଓ ତାଙ୍କୁ କୁନ୍ତିଭୋଜ ରାଜା ପାଳିଥିଲେ। ଏ କୁମାରୀ ଥିବା ଅବସ୍ଥାରେ ସୂର୍ଯ୍ୟଙ୍କ ଔରସରେ ଏହାଙ୍କ କର୍ଣ୍ଣ ବାଟେ 'କର୍ଣ୍ଣ'ଙ୍କୁ ଜନ୍ମ କରିଥିଲେ ଓ ପରେ ପଣ୍ଡୁଙ୍କୁ ବିବାହ କଲେ। ଏ ପଣ୍ଡୁଙ୍କର ପ୍ରଥମା ସ୍ତ୍ରୀ। ଅଭିଶାପ ଯୋଗୁଁ ସ୍ୱାମୀ ଏହାଙ୍କ ସଙ୍ଗେ ସହବାସ ନ କରି ପାରିବାରୁ ଏ ଦୁର୍ବାସାଙ୍କଠାରୁ ପ୍ରାପ୍ତ ଗୋଟିଏ ମାଳକୁ ଜପିବା ଦ୍ୱାରା ଧର୍ମ, ବାୟୁ ଓ ଇନ୍ଦ୍ର ଦେବତାଙ୍କୁ ଆହ୍ୱାନ କରି ସେମାନଙ୍କ ଔରସରେ ଯଥାକ୍ରମେ ଯୁଧିଷ୍ଠିର, ଭୀମ ଓ ଅର୍ଜୁନଙ୍କୁ ଜନ୍ମ କରିଥିଲେ।]
  • ସଂ. ବି. ସ୍ତ୍ରୀ (ନାମ) (କୁନ୍ତ=କୁନ୍ତିଭୋଜ ରାଜା+ଦେୟାର୍ଥେ. ଅ+ସ୍ତ୍ରୀ. ଈ) — ସୁଗନ୍ଧ ଝୁଣାବିଶେଷ — A fragrant resin
  • ସଂ. ବି. ସ୍ତ୍ରୀ (ନାମ) (କୁନ୍ତ=କୁନ୍ତିଭୋଜ ରାଜା+ଦେୟାର୍ଥେ. ଅ+ସ୍ତ୍ରୀ. ଈ) — ବ୍ରାହ୍ମଣପତ୍ନୀ — The wife of a Brāhmaṇa
  • ସଂ. ବି. ସ୍ତ୍ରୀ (ନାମ) (କୁନ୍ତ=କୁନ୍ତିଭୋଜ ରାଜା+ଦେୟାର୍ଥେ. ଅ+ସ୍ତ୍ରୀ. ଈ) — ଦେଶବିଶେଷ ଓ ତହିଁର ଅଧିବାସୀ — Name of a country and its inhabitants