କିନା Kinā
- ଦେ. ଅ. (ସଂ. କିଂନୁ; କିନ୍ନୁ) — ପ୍ରଶ୍ନାର୍ଥକ—କି? — What?
- ଦେ. ଅ. (ସଂ. କିଂନୁ; କିନ୍ନୁ) — (ଯଥା—ତୋର କିନା ଏତେ ବୁଦ୍ଧି?)
- ଦେ. ଅ. (ସଂ. କିଂନୁ; କିନ୍ନୁ) — (ନିଶ୍ଚୟାର୍ଥକ)—ସିନା — Certainly
- ଦେ. ଅ. (ସଂ. କିଂନୁ; କିନ୍ନୁ) — ରକତକୁ ସେବି ମୋତେ କରିବ ଭାବନା କେତେବେଳେ ସେ ପ୍ରାଣୀ ମୁକତ ହୁଏ କିନା। ଦୀନକୃଷ୍ଣ, ନାମରତ୍ନଗୀତା।
- ଦେ. ଅ. (ସଂ. କିଂନୁ; କିନ୍ନୁ) — (ସଂ. କିଂ ଓ ନ) ପ୍ରଶ୍ନାର୍ଥକ—କି ନାହିଁ — Whether or not?
- ଦେ. ଅ. (ସଂ. କିଂନୁ; କିନ୍ନୁ) — (ଯଥା—ତୁ ଗ୍ରାମକୁ ଯିବୁ କି ନା?)
- ଦେ. ଅ. (ସଂ. କିଂନୁ; କିନ୍ନୁ) — କିମ୍ବା — Or
- ଦେ. ଅ. (ସଂ. କିଂନୁ; କିନ୍ନୁ) — (ଅନୁରୋଧାର୍ଥକ)—(ଅମୁକ କାର୍ଯ୍ୟ) କର — (indicating request) Do (so)
- ଦେ. ଅ. (ସଂ. କିଂନୁ; କିନ୍ନୁ) — ଦୁର୍ଯ୍ୟୋଧନ ବୋଇଲେ କହ କିନା ମୋତେ ଶୁଣିଲେ ଆଗ ତୋଷ ହୋଇବି ମୁଁ ଚିତ୍ତେ। କୃଷ୍ଣସିଂହ, ମହାଭାରତ, ବନ।
- ଦେ. ଅ. (ସଂ. କିଂନୁ; କିନ୍ନୁ) — (କଥିତ ବାକ୍ୟ ଉପରେ ଜୋର୍ ଦେବା ପାଇଁ ବ୍ଯବହୃତ) ଟି; ନିଶ୍ଚେ — (used to emphasise what a person says) Too; certainly
- ଦେ. ଅ. (ସଂ. କିଂନୁ; କିନ୍ନୁ) — ସେହି ଦିନୁ ତୁମ୍ଭ ବାପେ କହିଲେ ମୃତ ସର୍ପ; ପୋଡ଼ିଯାଇ କିନା ତୁମ୍ଭର ଜପ ତପ—କୃଷ୍ଣସିଂହ, ମହାଭାରତ, ଆଦି।
- ଦେ. ଅ. (ସଂ. କିଂନୁ; କିନ୍ନୁ) — (ଆନ୍ୟ ଶବ୍ଦ ପରେ ଯୁକ୍ତ) (ଅମୁକ) ରୂପେ; ପ୍ରକାରେ — (a suffix added to words) In such or such a manner