କାଶ Kāṡa

  • ସଂ. ବି. (କାଶ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅ) — ତୃଣବିଶେଷ; କାଇଁଶଘାସ — A kind of grass, the reeds of which are used for weaving baskets, mats etc; sachharum Spontaneum
  • ସଂ. ବି. (କାଶ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅ) — [ଦ୍ର—ଏହି ତୃଣ ବୁଦାବୁଦା ହୋଇ ଜନ୍ମେ। ଏହା ପ୍ରାୟ 5।7 ହାତ ଉଚ୍ଚ ହୁଏ। ଏହାର ଶୁକ୍ଳ ଫୁଲ ଚଅଁର ପରି ଗୋଛାଗୋଛା ହୁଏ। ଏହା ପଡ଼ିଆ ଓ ନଈପଠାରେ ଜନ୍ମେ। କାଶଗଛର ମଧ୍ୟବର୍ତ୍ତୀ ଅଂଶ ବା ଦଣ୍ଡ କୋମଳ ଓ ଚିକ୍କଣ, ତେଣୁ ତହିଁରେ ଲୋକେ କାଇଁଶ ଡାଲା, ବିଞ୍ଚଣା ପ୍ରଭୃତି ତିଆରି କରନ୍ତି; ସମଗ୍ର ଗୁଳ୍ମଟି ତଣ୍ଡୀରୁପେ ଘର ଛପରରେ ନଡ଼ାର କାର୍ଯ୍ୟ କରେ। କାଶ ଓ ତଣ୍ଡୀ ଏକ ଗୁଳ୍ମର ଦୁଇଟି ନାମାନ୍ତର। ଏହାର ଡାଙ୍ଗ କାଇଁଶ, ଫୁଲ କାଇଁଶଫୁଲ ଓ ବହିରାବଣ ସରୁପତ୍ର ତଣ୍ଡୀ ଅଟେ। ବୈଦ୍ୟଶାସ୍ତ୍ର ମତରେ ଏହା ମଧୁର— ତିକ୍ତରସ, ମଧୁରବିପାକ, ଶୀତବୀର୍ଯ୍ୟ ଓ ସାରକ। ଏହା ମୂତ୍ରକୃଚ୍ଛ୍ର, ଅଶ୍ମରୀ, ଦାହ, ରକ୍ତଦୋଷ, କ୍ଷୟ ଓ ପିତ୍ତରୋଗରେ ଉପକାରୀ।] — [ଦ୍ର—ଏହି ତୃଣ ବୁଦାବୁଦା ହୋଇ ଜନ୍ମେ ଏହା ପ୍ରାୟ57ହାତ ଉଚ୍ଚ ହୁଏ ଏହାର ଶୁକ୍ଳ ଫୁଲ ଚଅଁର ପରି ଗୋଛାଗୋଛା ହୁଏ ଏହା ପଡ଼ିଆ ଓ ନଈପଠାରେ ଜନ୍ମେ କାଶଗଛର ମଧ୍ୟବର୍ତ୍ତୀ ଅଂଶ ବା ଦଣ୍ଡ କୋମଳ ଓ ଚିକ୍କଣ, ତେଣୁ ତହିଁରେ ଲୋକେ କାଇଁଶ ଡାଲା, ବିଞ୍ଚଣା ପ୍ରଭୃତି ତିଆରି କରନ୍ତି; ସମଗ୍ର ଗୁଳ୍ମଟି ତଣ୍ଡୀରୁପେ ଘର ଛପରରେ ନଡ଼ାର କାର୍ଯ୍ୟ କରେ କାଶ ଓ ତଣ୍ଡୀ ଏକ ଗୁଳ୍ମର ଦୁଇଟି ନାମାନ୍ତର ଏହାର ଡାଙ୍ଗ କାଇଁଶ, ଫୁଲ କାଇଁଶଫୁଲ ଓ ବହିରାବଣ ସରୁପତ୍ର ତଣ୍ଡୀ ଅଟେ ବୈଦ୍ୟଶାସ୍ତ୍ର ମତରେ ଏହା ମଧୁର— ତିକ୍ତରସ, ମଧୁରବିପାକ, ଶୀତବୀର୍ଯ୍ୟ ଓ ସାରକ ଏହା ମୂତ୍ରକୃଚ୍ଛ୍ର, ଅଶ୍ମରୀ, ଦାହ, ରକ୍ତଦୋଷ, କ୍ଷୟ ଓ ପିତ୍ତରୋଗରେ ଉପକାରୀ]
  • ସଂ. ବି. (କାଶ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅ) — କାଶ ଗଛର ଚଅଁରପରି ଫୁଲଗୋଛା — The catkin of Kāṡa grass
  • ସଂ. ବି. (କାଶ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅ) — କାଶ ରୋଗ — Cough; catarrh
  • ସଂ. ବି. (କାଶ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅ) — (+ଭାବ. ଅ) ପ୍ରକାଶ — Exibition; manifestation
  • ସଂ. ବି. (କାଶ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅ) — ଗତି — Motion
  • ସଂ. ବି. (କାଶ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅ) — ମୂଷା — Mouse
  • ସଂ. ବିଣ. — ପ୍ରକାଶମାନ — Manifest
  • ସଂ. ବିଣ. — ଶୋଭମାନ — Resplendent