କଟପାୟା Kaṭapāyā

  • ସଂ. ବି. — ଜ୍ୟୋତିଷୋକ୍ତ ନକ୍ଷତ୍ରମାନଙ୍କୁ ଆକାଶରେ ଚିହ୍ନିବା ନିମନ୍ତେ ରଚିତ ସଂସ୍କୃତ ଗ୍ରନ୍ଥବିଶେଷ — Name of the Sanskrit treaties for finding out the positions of the asterisms
  • ସଂ. ବି. — [ଦ୍ର—ବରାହମିହିରଙ୍କ କଟପାୟାରେ ତିନିଗୋଟି ଓ କାଳିଦାସଙ୍କ କଟପାୟାରେ ଅଠେଇଶଗୋଟି ଶ୍ଳୋକ ଅଛି। ଶ୍ଳୋକମାନଙ୍କ ସାହାଯ୍ୟରେ ସତେଇଶିଗୋଟି ନକ୍ଷତ୍ରଙ୍କ ଆକୃତି ଦ୍ୱାରା ନକ୍ଷତ୍ରମାନଙ୍କୁ ରାତ୍ରିରେ ନିର୍ମଳ ଆକାଶରେ ଚିହ୍ନା ଯାଇ ପରେ। କୋଦଳା ଆଠଗଡ଼ ରାଜାଙ୍କ ଦେବାନ ରାମଚନ୍ଦ୍ର ବ୍ରହ୍ମାଙ୍କ ପୁଅ କବିଚନ୍ଦ୍ର ଉପାଧି ପାଇ ଆଠଗଡ଼ ରାଜା ବାଲୁକେଶ୍ୱରଙ୍କ ନାମରେ ଓଡ଼ିଆ କଟପାୟା ଗ୍ରନ୍ଥ ଭଣିତା କରିଥିଲେ।]