କକ୍ଷ୍ୟ Kakshya

  • ସଂ. ବିଣ. (କକ୍ଷ+ଭାବ. ଯ) — କକ୍ଷୋଦ୍ଭବ; କାଖରେ ଜନ୍ମିବା — Growing in the arm-pit
  • ସଂ. ବିଣ. (କକ୍ଷ+ଭାବ. ଯ) — କକ୍ଷପୂରକ; ଯାହା ଦ୍ୱାରା କାଖସନ୍ଧି ପୂରି ଯାଇଥାଏ — Filling the arm-pit
  • ସଂ. ବି. — ରୁଦ୍ରବିଶେଷ — An incarnation of Ṡiba
  • ସଂ. ବି. — ଉତ୍ତରୀୟ ବସ୍ତ୍ର — Sheet for the upper-part of the body
  • ସଂ. ବି. — କୋଠାର ପ୍ରକୋଷ୍ଠ; କୋଠରୀ; କାମରା — Apartment; room
  • ସଂ. ବି. — ରାଜାନ୍ତଃପୁର — Harem
  • ସଂ. ବି. — ସାଦୃଶ୍ୟ — Equality; similarity
  • ସଂ. ବି. — ପାର୍ଶ୍ୱଭାଗ — Side; flank
  • ସଂ. ବି. — ହସ୍ତୀର ଗଳା ବା କକ୍ଷବନ୍ଧନ ରଜ୍ଜୁ — A rope passed round the neck of an elephant
  • ସଂ. ବି. — ମେଖଳାବନ୍ଧନ ରଜ୍ଜୁ — Tape for tying the girdle