ଅବିବେକ Abibeka

  • ସଂ. ବି (ନଞ ତତ୍; ଅ+ବିବେକ) — ବିବେଚନାର ଅଭାବ; ସଦସତ୍ ବିଚାରଶୂନ୍ୟତା — Want of discrimination;
  • ସଂ. ବି (ନଞ ତତ୍; ଅ+ବିବେକ) — ଅବିମୃଷ୍ୟକାରିତା — Indiscrimination or rashness
  • ସଂ. ବି (ନଞ ତତ୍; ଅ+ବିବେକ) — ଯତି ଯୁବତୀ ବାଳକ ଦ୍ୱିପାଦିଆ ଲୋକ ଏ ଚାରି କଥାରେଟି ପଡେ ଅବିବେକ। ପୀତାମ୍ବର. ନୃସିଂହପୁରାଣ।
  • ସଂ. ବି (ନଞ ତତ୍; ଅ+ବିବେକ) — ମୂର୍ଖତା; ଅଜ୍ଞାନ — Ignorance
  • ସଂ. ବି (ନଞ ତତ୍; ଅ+ବିବେକ) — ମୂଢ଼ତା — Foolishness; folly
  • ସଂ. ବି (ନଞ ତତ୍; ଅ+ବିବେକ) — ଭ୍ରମ; ବ୍ୟାକୁଳତାଜନିତ ମୋହ — Error of judgement; error; delusion due to mental agitation
  • ସଂ. ବି (ନଞ ତତ୍; ଅ+ବିବେକ) — ଅବୁଝାମଣା; ଅନ୍ୟାୟ ବିବେଚନା; ଅବିଚାର — Injustice
  • ସଂ. ବିଣ. ପୁଂ (ବହୁବ୍ରୀହି; ନାହିଁ ବିବେକ ଯାହାର) — ବିବେକହୀନ — Wanting in judgement; indiscriminating; unconscientious
  • ସଂ. ବିଣ. ପୁଂ (ବହୁବ୍ରୀହି; ନାହିଁ ବିବେକ ଯାହାର) — ଗୁଆଁର; ମୂଢ଼; ଅଜ୍ଞ — Ignorant; foolish
  • ସଂ. ବିଣ. ପୁଂ (ବହୁବ୍ରୀହି; ନାହିଁ ବିବେକ ଯାହାର) — ନ୍ୟାୟାନ୍ୟାୟବିଚାରହୀନ — Unscrupulous
  • ସଂ. ବିଣ. ପୁଂ (ବହୁବ୍ରୀହି; ନାହିଁ ବିବେକ ଯାହାର) — ଅବିମୃଷ୍ୟକାରୀ — Indiscreet; rash
  • ସଂ. ବିଣ. ପୁଂ (ବହୁବ୍ରୀହି; ନାହିଁ ବିବେକ ଯାହାର) — ଅନ୍ୟାୟକାରୀ; ଅବିଚାରକ — Unjust