ଅବିଭକ୍ତ ହିନ୍ଦୁପରିବାର Abibhakta hinduparibāra

  • ଦେ. ବି. — ଯେଉଁ ହିନ୍ଦୁପରିବାରରେ ଅଂଶୀଦାର ମାନେ ଏକାନ୍ନବାସରେ ଥାଇ ଇଜିମାଲି ପରିବାରୀୟ ସମ୍ପତ୍ତିକୁ ଏକତ୍ର ଭୋଗ କରନ୍ତି — A joint Hindu-Family
  • ଦେ. ବି. — [ଦ୍ର—ମିତାକ୍ଷରା ଶାସ୍ତ୍ର ଅନୁସାରେ ଓଡ଼ିଆମାନଙ୍କର ସମ୍ପତ୍ତି ବିଭକ୍ତ ହୁଏ। ଏଥିରେ ପୈତୃକ ସମ୍ପତ୍ତିରେ ପିତା ଓ ପୁତ୍ରର ସମାନ ଅଧିକାର। ଏକାଧିକ ଭାଇ ଥିବା ଅବସ୍ଥାରେ ଜଣେ ଭାଇ ଅପୁତ୍ରକ ହୋଇ ମଲେ ଅନ୍ୟ ଭାଇମାନେ ତାହାର ହିସାକୁ 'ସର୍ଭାଇଭର୍' ସୂତ୍ରରେ ଦଖଲ କରନ୍ତି।]