ଅଫଳନ୍ତୀ Aphaḻantī
- ଦେ. ବିଣ. (ସଂ. ଅଫଳ) — ଯେଉଁ ଗଛରେ ଫଳ ଧରେ ନାହିଁ; ଅଣ୍ଡିରା ବା ବାଞ୍ଝ (ଗଛ) — (a tree) Which does not bear fruit
- ଦେ. ବିଣ. (ସଂ. ଅଫଳ) — ଯେଉଁ ଗଛରେ ଅବଧି ଫଳ ଧରି ନାହିଁ — (a tree) Which has not yet borne fruit
- ଦେ. ବିଣ. (ସଂ. ଅଫଳ) — ଅବସନ୍ତେ ବହିଲା ଯେ ବସନ୍ତ ପବନ, ଅଫଳନ୍ତି ବୃକ୍ଷମାନେ ଦିଶିଲେ ଶୋଭନ। ପୀତାମ୍ବର. ନୃସିଂହ ପୁରାଣ।
- ଦେ. ବିଣ. (ସଂ. ଅଫଳ) — ସ୍ତ୍ରୀ. ବନ୍ଧ୍ୟା (ସ୍ତ୍ରୀ ଓ ଗାଭୀ); ବାଞ୍ଝୀ — Barren (woman and cow)
- ଦେ. ବିଣ. (ସଂ. ଅଫଳ) — ସ୍ତ୍ରୀ. ଅବଧି ପ୍ରସବ କରି ନ ଥିବା (ସ୍ତ୍ରୀ) — (a women) who has not yet given birth to a child