ଅନୁପାନ Anupāna
- ସଂ. ବି. (ଅନୁ=ସହିତ ବା ପରେ+ପାନ=ପିଇବା, ଯାହା ଔଷଧ ସହିତ ବା ପରେ ପିଆଯାଏ) — (ବୈଦ୍ୟଶାସ୍ତ୍ର) ଔଷଧ ସହିତ ବା ପରେ ସେବନୀୟ ନିର୍ଦ୍ଦିଷ୍ଟ ପାନୀୟ — A liquid for being taken with or immediately after taking a medicine; a drink taken with a medicine
- ସଂ. ବି. (ଅନୁ=ସହିତ ବା ପରେ+ପାନ=ପିଇବା, ଯାହା ଔଷଧ ସହିତ ବା ପରେ ପିଆଯାଏ) — [ଦ୍ର—କେତେକ ଔଷଧ ଅନୁପାନ ଭେଦରେ ଭିନ୍ନ ରୋଗରେ ପ୍ରୟୋଗ କରାଯାଏ; ଯଥା—ମକରଧ୍ୱଜକୁ ସର୍ଦ୍ଦିରୋଗରେ ଅଦାରସ ଅନୁପାନରେ ଓ ଧାତୁଦୌର୍ବଲ୍ୟରେ ଚାଉଳଧୁଆ ପାଣି ଅନୁପାନରେ ଦିଆଯାଏ।]
- ସଂ. ବି. (ଅନୁ=ସହିତ ବା ପରେ+ପାନ=ପିଇବା, ଯାହା ଔଷଧ ସହିତ ବା ପରେ ପିଆଯାଏ) — ପାନ; ପିଇବା — Drinking
- ସଂ. ବି. (ଅନୁ=ସହିତ ବା ପରେ+ପାନ=ପିଇବା, ଯାହା ଔଷଧ ସହିତ ବା ପରେ ପିଆଯାଏ) — ନିରତେ କରେ ଅନୁପାନ, ଆନନ୍ଦ ଅଶ୍ରୁ ଜଳେ ସ୍ନାନ। ଜଗନ୍ନାଥ, ଭାଗବତ, 3 ୟ। — ନିରତେ କରେ ଅନୁପାନ, ଆନନ୍ଦ ଅଶ୍ରୁ ଜଳେ ସ୍ନାନ ଜଗନ୍ନାଥ, ଭାଗବତ,3ୟ