ଅଧ୍ୟା Adhyā

  • ଗ୍ରା. ବି. (ସଂ. ଅଧ୍ୟାୟ) — ଅଧ୍ୟାୟ; ଗ୍ରନ୍ଥର ପରିଛେଦ — Chapter of a book
  • ଗ୍ରା. ବି. (ସଂ. ଅଧ୍ୟାୟ) — ପିଙ୍ଗଳା ଗୀତା ଅଧ୍ୟା ହେଲା ସମାପତି। କୃଷ୍ଣସିଂହ, ମହାଭାରତ, ଶାନ୍ତି।
  • ଗ୍ରା. ବି. (ସଂ. ଅଧ୍ୟାୟ) — (ସଂ. ଅଧ୍ୟୟନ)—ଅଧ୍ୟୟନ; ପଠନ — Reading
  • ଗ୍ରା. ବି. (ସଂ. ଅଧ୍ୟାୟ) — ଏ ଭରତ ଅଧ୍ୟାରେ ଶ୍ରଦ୍ଧା କରି ମନ / ପାଦେ ଯେଉଁ ଲୋକ କରଇ ଅଧ୍ୟୟନ। କୃଷ୍ଣସିଂହ, ମହାଭାରତ, ଆଦି।
  • ଗ୍ରା. ବି. (ସଂ. ଅଧ୍ୟାୟ) — (ସଂ. ଅଧ୍ୟାୟ ବା ହତ୍ୟା)—ଦେବତାଙ୍କ ନିକଟରେ ଅଭୀଷ୍ଟସିଦ୍ଧି ପାଇଁ ଉପବାସ କରି ପଡ଼ିରହିବା; ଧାରଣା — Act of lying prostrate before a deity while observing a fast to obtain one's wish
  • ଗ୍ରା. ବି. (ସଂ. ଅଧ୍ୟାୟ) — ଆକୁଳେ ଗରୁଡ଼ସ୍ତମ୍ଭ ପାଶେ ଦିନେ ଅଧ୍ୟା ପଡ଼ିଥିଲେ ରାଣୀ / ନିଦ୍ରାବେଣେ ଦିନେ ନିଶୀଥେ ଶୁଣିଲେ ଅଶରୀରୀ ଶୂନ୍ୟବାଣୀ। ରାଧାନାଥ—ପାର୍ବତୀ।
  • ଗ୍ରା. ବି. (ସଂ. ଅଧ୍ୟାୟ) — (ସଂ. ଅର୍ଦ୍ଧ)—ଖଜୁରି ରସ ବା ତାଡ଼ି ପଶିବା ଛୋଟ ମାଠିଆ; ଅଧିଆ — Small jar for toddy