ଅଧ୍ୟାତ୍ମ Adhyātma
- ସଂ. ବି. (ଅଧି=ଅଧିକାର କରି+ଆତ୍ମନ୍; ଯାହା ଆତ୍ମାକୁ ଅଧିକାର କରି ରହେ) — ପରମାତ୍ମା; ପରଂବ୍ରହ୍ମ — The Supreme Spirit
- ସଂ. ବି. (ଅଧି=ଅଧିକାର କରି+ଆତ୍ମନ୍; ଯାହା ଆତ୍ମାକୁ ଅଧିକାର କରି ରହେ) — କାର୍ଯ୍ୟପ୍ରବର୍ତ୍ତକ ଆତ୍ମା — The soul as an agent of an action
- ସଂ. ବିଣ — ଆତ୍ମାସମ୍ବନ୍ଧୀୟ — Relating to the soul; spiritual
- ସଂ. ବିଣ — ସ୍ୱକୀୟ; ନିଜର — Own; belonging to self
- ସଂ. ବିଣ — ବ୍ୟକ୍ତିଗତ — Concerning an individual
- ସଂ. ବିଣ — ପରମାତ୍ମାର ଜୀବାତ୍ମରୂପରେ ଆବିର୍ଭାବ—( ଭଗବଦ୍ ଗୀତା — 8—3) . The manifestation of the Supreme Soul as an individual self
- ସଂ. ଅ — ଆତ୍ମାକୁ ଅଧିକାର କରି; ଆତ୍ମା ବିଷୟରେ — Concerning the soul
- ସଂ. ଅ — ବ୍ୟକ୍ତିଗତଭାବରେ — Personally; individually
- ସଂ. ଅ — ନିଜ ବିଷୟରେ — Concerning self