ଅଖଣ୍ଡ Akhaṇḍda
- ସଂ. ବିଣ. (ଅ+ଖଣ୍ଡ) — ଅଖଣ୍ଡିତ; ଯହିଁରୁ କୌଣସି ଅଂଶ ଖଣ୍ଡିତ ହୋଇ ନାହିଁ; ପୂର୍ଣ୍ଣ। — Undivided; whole
- ସଂ. ବିଣ. (ଅ+ଖଣ୍ଡ) — ଅମୂଲ୍ୟ ରତ୍ନ ସିଂହାସନ, ମଧ୍ୟେ ଅଖଣ୍ଡ କୃଷ୍ଣାଜିନ। ଭୂପତି, ପ୍ରେମପଞ୍ଚାମୃତ।
- ସଂ. ବିଣ. (ଅ+ଖଣ୍ଡ) — ଅକ୍ଷତ; ନିଖୁଣ — Unhurt
- ସଂ. ବିଣ. (ଅ+ଖଣ୍ଡ) — ଯହିଁରେ ଦାଗ ନାହିଁ — Unstained
- ସଂ. ବିଣ. (ଅ+ଖଣ୍ଡ) — ଅଲଘଂନୀୟ; ଅଖଣ୍ଡନୀୟ; ଯାହାକୁ କେହି ଅନ୍ଯଥା କରି ନପାରେ — Intransgressable; uninfringeable; immutable
- ସଂ. ବିଣ. (ଅ+ଖଣ୍ଡ) — ଅପରିବର୍ତ୍ତନୀୟ — Unchangeable; immutable
- ସଂ. ବିଣ. (ଅ+ଖଣ୍ଡ) — ଯାହାକୁ କେହି ଯୁକ୍ତି ବା ଉତ୍ତରଦ୍ୱାରା ଖଣ୍ଡନ କରି ନ ପାରେ — Irrefutable; unassailable
- ସଂ. ବିଣ. (ଅ+ଖଣ୍ଡ) — ଅନବଚ୍ଛିନ୍ନ — Uninterrupted; continuous
- ସଂ. ବିଣ. (ଅ+ଖଣ୍ଡ) — ପ୍ରତିଦ୍ୱନ୍ଦିରହିତ (ଯଥା—ରାଜତ୍ୱ)। — Having no rival