ହ୍ରସ୍ୱ Hraswa

  • ସଂ. ବିଣ.—(ହସ. ଧାତୁ+କର୍ତ୍ତୃ ବ) — କ୍ଷୁଦ୍ର; ଛୋଟ — Small; little;
  • ସଂ. ବିଣ.—(ହସ. ଧାତୁ+କର୍ତ୍ତୃ ବ) — ଅନୁଚ୍ଚ; ଗେଡ଼ା; ଖର୍ବ — A short vowel
  • ସଂ. ବିଣ.—(ହସ. ଧାତୁ+କର୍ତ୍ତୃ ବ) — ଲଘୁ — Light
  • ସଂ. ବିଣ.—(ହସ. ଧାତୁ+କର୍ତ୍ତୃ ବ) — ଏକମାତ୍ର— କାଳୋଚାର୍ଯ୍ୟ ସ୍ୱର ଯୁକ୍ତବର୍ଣ୍ଣ — Short letter
  • ବି — ବାମନ; ପ୍ରକୃତ ପୁରୁଷ ପ୍ରମାଣରୁ ନ୍ୟୂନ ମନୁଷ୍ୟ — A dwarf
  • ବି — ଏକମାତ୍ରା କାଳୋଚ୍ଚାର୍ଯ୍ୟ ସ୍ୱର — A short vowel
  • ବି — (ଯଥା—ଅ, ଇ, ଉ, ଋ, ଌ)
  • ବି — [ଦ୍ର—ଯେଉଁ ବର୍ଣ୍ଣମାନଙ୍କୁ ଉଚ୍ଚାରଣ କରିବାକୁ ଏକମାତ୍ରା ସମୟ ଲାଗେ ତାଙ୍କୁ ହ୍ରସ୍ୱ; ଦ୍ୱିମାତ୍ରିକ ବର୍ଣ୍ଣମାନଙ୍କୁ ଦୀର୍ଘ ଓ ତ୍ରିମାତ୍ରିକ ବର୍ଣ୍ଣମାନଙ୍କୁ ପ୍ଲୁତ ବୋଲାଯାଏ। ବ୍ୟଞ୍ଜନମାନ ଅର୍ଦ୍ଧମାତ୍ରିକ—ବିଶ୍ୱକୋଷ।]
  • ବି — ପରିମାଣ ବିଶେଷ — A unit of measure or quantity
  • ବି — ମେଷ, ବୃଷ, କୁମ୍ଭ, ମୀନ ରାଶିଗଣ — The zodiacal signs of Mesha, Bṛusha, Kumbha and Mīna
  • ବି — ଗନ୍ଧକ ଓ ପାରଦର ରାସାୟନିକ ମିଶ୍ରଣ ବିଶେଷ; ପୁଷ୍ଣକାସୀସ — Green sulphate of iron (Apte)
  • ବି — ଗୌରସୁବର୍ଣ୍ଣ ଶାକ (ବିଶ୍ୱକୋଷ) — A kind of pot herb