ହାରିବା Hāribā
- ଦେ. କ୍ରି (ସଂ. ହୃ ଧାତୁ ଣିଚ୍ ହାରି ଧାତୁ) — (ଅକର୍ମକ) ଯୁଦ୍ଧରେ, ପ୍ରତିଦ୍ୱନ୍ଦ୍ୱିତାରେ, ମକଦମାରେ ବା କ୍ରୀଡ଼ାରେ ଅନ୍ୟଦ୍ୱାରା ପରାଜିତ ହେବା — To be defeated or vanquished in battle, in rivalry, in litigation or in game
- ଦେ. କ୍ରି (ସଂ. ହୃ ଧାତୁ ଣିଚ୍ ହାରି ଧାତୁ) — [ଉ—ମୁଁ ହାରିଲି ହେଉ ଏତିକି ଗୋ। କବିସୂର୍ଯ୍ୟ, ସଙ୍ଗୀତ]
- ଦେ. କ୍ରି (ସଂ. ହୃ ଧାତୁ ଣିଚ୍ ହାରି ଧାତୁ) — (ଅକର୍ମକ) ଅତି ଶୀର୍ଣ୍ଣ ଓ ଦୁର୍ବଳ ହୋଇ ପଡ଼ିବା; ହାଲିଆ ହୋବା — To become lean and weak
- ଦେ. କ୍ରି (ସଂ. ହୃ ଧାତୁ ଣିଚ୍ ହାରି ଧାତୁ) — ନିଜର ପରାଜୟ ସ୍ୱୀକାର କରିବା — To admit of having been defeated
- ଦେ. କ୍ରି (ସଂ. ହୃ ଧାତୁ ଣିଚ୍ ହାରି ଧାତୁ) — (ସକର୍ମକ) ପରାଜିତ ହୋଇ ବାଜି ମାରିଥିବା ସମ୍ପତ୍ତିକୁ ବା ପଣକୁ ଜେତାଙ୍କୁ ଛାଡ଼ିଯିବା; ହରାଇବା — To forfeit a stake or wager after losing a game
- ଦେ. କ୍ରି (ସଂ. ହୃ ଧାତୁ ଣିଚ୍ ହାରି ଧାତୁ) — [ଉ—ସବୁତ ହାରି ଆମ୍ଭେ ତାହାଙ୍କୁ ଦେଲାଇଁ। କୃଷ୍ଣସିଂହ, ମହାଭାରତ ବନ।]
- ଦେ. କ୍ରି (ସଂ. ହୃ ଧାତୁ ଣିଚ୍ ହାରି ଧାତୁ) — (ସକର୍ମକ) ତେଜିବା; ତ୍ୟାଗ କରିବା — To give up; to abandon
- ଦେ. କ୍ରି (ସଂ. ହୃ ଧାତୁ ଣିଚ୍ ହାରି ଧାତୁ) — [ଉ— ସକଳେ କଲେ ଜଳପାନ, ତକ୍ଷଣେ ହାରିଲେ ଜୀବନ। ଜଗନ୍ନାଥ, ଭାଗବତ।]
- ଦେ. କ୍ରି (ସଂ. ହୃ ଧାତୁ ଣିଚ୍ ହାରି ଧାତୁ) — (ସକର୍ମକ) କୌଣସି ପଦାର୍ଥ ବା ଗୁଣ ହରାଇବା; କୌଣସି ପଦାର୍ଥରୁ ଚ୍ୟୁତ ହେବା — To lose; to be devoid of
- ଦେ. କ୍ରି (ସଂ. ହୃ ଧାତୁ ଣିଚ୍ ହାରି ଧାତୁ) — [ଉ—ଏତେ ଧର୍ମବନ୍ତ ଯେ ହୋଇଣ ଅଧର୍ମ, ଖେଳ ବେଳେ ଜ୍ଞାନ ହାରିଲ ବହି ତମ। କୃଷ୍ଣସିଂହ, ମହାଭାରତ, ବନ।]
- ଦେ. କ୍ରି (ସଂ. ହୃ ଧାତୁ ଣିଚ୍ ହାରି ଧାତୁ) — ଅତି ଶ୍ରାନ୍ତ— କ୍ଳାନ୍ତ ହେବା; ଥକିଯିବା — To be fatigued