ହାତୁଡ଼ା Hātuṟḍ̠ā

  • ଦେ. ବି—(ସଂ. ହସ୍ତ) — ବଡ଼ ହାତୁଡ଼ି, ଯାହା ଦ୍ୱାରା କମାରଶାଳରେ ତତା ହୋଇଥିବା ଲୁହାକୁ ପିଟା ଯାଏ — Sledge-hammer; a big hammer
  • ଦେ. ବି—(ସଂ. ହସ୍ତ) — [ଦ୍ର—ଉତ୍ତପ୍ତ ଲୌହ ଖଣ୍ଡକୁ ସଣ୍ଡୁଆସି ଦ୍ୱାରା ନିଆଁରୁ ବାହାର କରି ଆଣି ଜଣେ ଲୋକ ସଣ୍ଡୁଆସିରେ ଉକ୍ତ ଲୌହ ଖଣ୍ଡକୁ ଦୃଢ଼ରୂପେ ଧରି ନେହି ଉପରେ ସ୍ଥାପିତ କରିଥାଏ ଓ ଆଉ ଜଣେ ଲୋକ ଠିଆ ହୋଇ ହାତୁଡ଼ାର ବେଣ୍ଟକୁ ଦୁଇ ହାତରେ ଧରି ଉକ୍ତ ଲୁହାକୁ ପିଟେ। ଛୋଟ ହାତୁଡ଼ାକୁ ହାତୁଡ଼ ବୋଲାଯାଏ ଓ ଅତି ଛୋଟ ହାତୁଡାକୁ ଚୁତିଆ ବୋଲାଯାଏ।]
  • ଦେ. ବି—(ସଂ. ହସ୍ତ) — ଖାଡ଼ିଜାଲ — A kind of small long fishing net
  • ଦେ. ବି—(ସଂ. ହସ୍ତ) — [ଦ୍ର— ଏ ଲମ୍ବ ଜାଲର ଦୁଇ ପ୍ରାନ୍ତରେ ଥିବା କାଠି ଦ୍ୱୟକୁ ଦୁଇ ଜଣ ଲୋକ ଖିଅ ଦେବା ଭଳି ହାତରେ ଧରି ମାଛ ଧରନ୍ତି। ଏ ଜାଲର ଧଡ଼ି ଦ୍ୱୟର ମଝିରେ ମଝିରେ ଖଣ୍ଡିଏ ଲେଖାଏଁ କାଠି ଲଗା ଯାଇଥାଏ।]