ହାତେ Hāte

  • ଦେ. ବିଣ — ଏକ ହସ୍ତ ଲମ୍ବ — One cubit long
  • ଦେ. ବିଣ — [ଦ୍ର—ହାତେ ମାପି ଚାଖଣ୍ଡେ ଚାଲିବ—ପ୍ରବଚନ। ଚାଲୁଥିବା ବ୍ଯକ୍ତି ପ୍ରଥମେ ହାତେ ପରିମିତ ସ୍ଥାନକୁ ମାପ କରି ମପା ହୋଇଥିବା ସୀମା ମଧ୍ୟରୁ ଚାଖଣ୍ଡେ ପରିମିତ ସ୍ଥାନରେ ଗୋଡ଼ ପକାଇଲେ ତାହାର କୌଣସି ଆପଦ ଘଟେ ନାହିଁ; ଭବିଷ୍ୟତ୍ ପ୍ରତି ଦୃଷ୍ଟି ରଖି କାର୍ଯ୍ୟ କରିବା ବା ଆୟକୁ ଚାହିଁ ବ୍ଯୟ କରିବାକୁ ଉପଦେଶ ଦିଆଯିବା ସ୍ଥଳରେ ଏ ପ୍ରବଚନର ଉଦାହରଣ ଦିଅଯାଏ।]
  • ଦେ. ବିଣ — ଏକ ହାତ ମାତ୍ର ଲମ୍ବ ବା ଦୀର୍ଘ ମାତ୍ର — Only one cubit long
  • କ୍ରି. ବିଣ — ଥରେ ମାତ୍ର (ଖେଳ) — Once; (to play) one round (of a game)
  • କ୍ରି. ବିଣ — (ଯଥା— ଆସ, ହାତେ ଖେଳିଦେବା।)
  • ବିଣର ବିଣ ଏକହାତ ପରିମିତ (ଦୀର୍ଘ ବା ଲମ୍ବ) — One cubit only
  • ବିଣର ବିଣ [ଉ—ହାତେ ଲମ୍ବ କାଢ଼ିବ ଶିସା, ଦେଖି ମରୁଥିବେ ସାଇ ପଡ଼ିଶା— କୃଷି ବଚନ।]
  • ବି — ଏକ ହାତ ମାତ୍ର ଦୈର୍ଘ୍ୟ ବା ପ୍ରସ୍ଥ ବା ଉଚ୍ଚତା — Breadth or length or height of one cubit only
  • ବି — (ଯଥା—ଏ ବେଞ୍ଚର ଚୌଡ଼ା ଅଟେ ହାତେ।)
  • ଅ — ଦ୍ୱାରା; ଦେହ — By
  • ଅ — [ଉ—ଶ୍ରୀକୃଷ୍ଣଙ୍କ ହାତେ କି ହୁଅନ୍ତା ଏତେ କଥା। କୃଷ୍ଣସିଂହ, ମହାଭାରତ, ସଭା।]
  • ଅ — ଜିମ୍ମାରେ — In charge of