ହରିବର୍ଷ Haribarsha

  • ସଂ ବି — ପୁରାଣୋକ୍ତ ଜମ୍ବୁଦ୍ୱୀପର ନବବର୍ଷ ବା ମହାଦେଶ ମଧ୍ୟରୁ ଏକତମ; ପ୍ରାଚୀନ ସାଇବିରିଆ ଦେଶ — Name of one of the 9 divisions of the mythological Jambudwīpa (modern Siberiā)
  • ସଂ ବି — [ଦ୍ର—ଏହାର ଦକ୍ଷିଣରେ ଇଳାବୃତ ବର୍ଷ; ଏହା ନିଷଧ ଓ ହେମକୁଟ (ସୁମେରୁ) ପର୍ବତଦ୍ୱୟ ମଧ୍ୟରେ ଅବସ୍ଥିତ। ଏଠାରେ ଭଗବାନ୍ ନରହରି ରୂପ ଧାରଣ କରି ଅବସ୍ଥାନ କରୁଅଛନ୍ତି—ଜଗନ୍ନାଥ, ଭାଗବତ।]
  • ସଂ ବି — (ଉ—ହରି ବର୍ଷେ ଯହିଁ ହିମବର୍ଷିଣୀ ଉଦୀଚୀ, ମଣ୍ଡେ ନିଜ ଭାଲ ଚିତ୍ରଜ୍ୟୋତି ତ୍ରିପୁଣ୍ଡ୍ରକେ—ରାଧାନାଥ, ମହାଯାତ୍ରା।]