ହଟକିଶର Haṭakiṡara
- ଦେ. ବି (ନାମ) (ସଂ. ହାଟକେଶ୍ୱର, ତୁଳନା କର ଇଂ. Hoṭspring. ହଟସ୍ପ୍ରିଙ୍ଗ=ଉଷ୍ଣ ପ୍ରସ୍ରବଣ) — ପୁରୀ ଜିଲ୍ଲାର ଖୋର୍ଦ୍ଧା ସବଡ଼ିଭିଜନ ଅନ୍ତର୍ଗତ ଖୋର୍ଦ୍ଧା ସହରଠାରୁ ଆଠ ମାଇଲ୍ ଦୂରବର୍ତ୍ତୀ ଅଟ୍ରୀ ଗ୍ରାମରେ ଥିବା ଉଷ୍ଣ ପ୍ରସ୍ରବଣ ଓ ତନ୍ନିକଟବର୍ତ୍ତୀ ଶିବଲିଙ୍ଗଙ୍କ ନାମ — Name of a hot- spring and an image of ṡiba situated near Atri village 8 miles from Khurda town in the sub division of Khurda in the Puri District
- ଦେ. ବି (ନାମ) (ସଂ. ହାଟକେଶ୍ୱର, ତୁଳନା କର ଇଂ. Hoṭspring. ହଟସ୍ପ୍ରିଙ୍ଗ=ଉଷ୍ଣ ପ୍ରସ୍ରବଣ) — [ଦ୍ର—ଏହି ଉଷ୍ଣପ୍ରସବଣର ଜଳ ସର୍ବଦା ବୁଦ୍ବୁଦଯୁକ୍ତ ହୋଇ ଫୁଟୁଥାଏ; ଏଥିରୁ ଗନ୍ଧକର ଗନ୍ଧ ବାହାରୁଥାଏ। ମକର ସଂକ୍ରାନ୍ତି ସମୟରେ ଏକ ମାସ କାଳ ଏଠାରେ ବହୁ ସହସ୍ରଲୋକଙ୍କର ଗୋଟିଏ ମେଳା ହୁଏ। ଏହି ମେଳାରେ ଓଡ଼ିଶାର ନାନା ଅଞ୍ଚଳରୁ ଅନେକ ଲୋକ ଓ ଦୋକାନୀ ଆସି ଜମା ହୁଅନ୍ତି। ବହୁ କୁଷ୍ଠରୋଗୀ ଏହି ଉଷ୍ଣ ପ୍ରସ୍ରବଣରେ ସ୍ନାନ କରି ଏହି ଶିବଲିଙ୍ଗଙ୍କ ଠାରେ ଅଧିଆ ପଡ଼ନ୍ତି।]