ହଂସପଦୀ Haṁsa padī

  • ସଂ. ବି — ଗୋଧାପଦୀ (ରାଜନିର୍ଘଣ୍ଟ); ଗୁଆଳିଲଟା ଗୋଆଳିଆଲତା, ଏକ ପ୍ରକାର ଦୀର୍ଘ ଶାକଲତା — A creeper; Vites Latifolia
  • ସଂ. ବି — [ଦ୍ର— ଏହି ଲତାର (ସଂ. ଗୂହାଳିକ) ଚେର ଘରର ଫାଟ ଓ ଗଛର ବକଳର ଫାଟରେ ପଶି ଏ ଲତା ମାଡ଼େ (ଏଥିପାଇଁ ନାମ ଗୂହାଳିକ); ଏହାର ପତ୍ର ତ୍ରିପର୍ଣ୍ଣ; ପତ୍ର ରୋମହୀନ। ଏହାର ପତ୍ରର ଆକାର ହଂସର ଲିପ୍ତ ପାଦ ପରି ଥିବାରୁ ଏହାର ନାମ ହଂସପଦୀ। ଆଉ ଏକ ପ୍ରକାର ବଡ଼ ଲତା (ସଂ. ଗୋଧାପଦୀ) ଅଛି। ଏହାକୁ ବଡ଼ ଗୁଆଳିଲତା ବୋଲାଯାଏ — (Vites Pedanta)
  • ସଂ. ବି — ଏହା କଟୂରସ, ଶୀତଳ, ଗୁରୁପାକ, ରସାୟନ ଓ ଦାହ, ଭ୍ରାନ୍ତି, ଅପସ୍ମାର, ଅତିସାର, ରକ୍ତଦୋଷ, ବ୍ରଣ, ବିସର୍ପ, ଭୂତାବେଶ, ଅଗ୍ନିରୋହିଣୀ, ଓ ବିଷଦୋଷରେ ଶାନ୍ତି— କାରକ। ଏହି ପତ୍ରକୁ ବାଟି ବଥ ଉପରେ ବୋଳିଲେ ବଥ ଫାଟିଯାଏ ଏବଂ କ୍ଷତ ଭଲ ହୁଏ।]
  • ସଂ. ବି — ହଂସରାଜ (ଦେଖ) — Haṁsarāja (See)