ସୋମ ବଂଶ Soma baṁṡa
- ସଂ. ବି — ପ୍ରାଚୀନ ଭାରତର ରାଜବଂଶବିଶେଷ; ଚନ୍ଦ୍ରବଂଶ — Name of a royal dynasty of ancient India; the Lunar Dynasty
- ସଂ. ବି — [ଦ୍ର— ଏହି ବଂଶରୁ ଯୁଧିଷ୍ଠିର ଜନ୍ମିଥିଲେ। ପୁରାଣରେ ଲେଖା ଅଛି ଯେ, ବ୍ରହ୍ମା ନାରାୟଣଙ୍କ ପୁତ୍ର। ବ୍ରହ୍ମାଙ୍କ ପୁତ୍ର ଅତ୍ରି। ଅତ୍ରିଙ୍କ ପୁତ୍ର ସୋମ। ସୋମ ଓ ବୃହସ୍ପତିଙ୍କ ପତ୍ନୀ ତାରାଙ୍କ ଠାରୁ ବୁଧ ଜାତ ହେଲେ। ବୁଧଙ୍କ ପୁତ୍ର ପୁରୁରବା। ପୁରୂ— ରବାଙ୍କଠାରୁ ଉର୍ବଶୀଙ୍କ ଗର୍ଭରୁ 6 ପୁତ୍ର ଜନ୍ମିଲେ ଓ ସେହିମାନଙ୍କ ପୁତ୍ର ଓ କନ୍ଯା ପରମ୍ପରାଙ୍କ ବଂଶର ଭିନ୍ନ ଭିନ୍ନ ଶାଖାରେ ବିଶ୍ୱାମିତ୍ର, କନ୍ଯା ସତ୍ୟବତୀ, ଯମଦଗ୍ନି, ପରଶୁ— ରାମ, ନହୁଷ, ଦେବକ, ଉଗ୍ରସେନ, ପଣ୍ଡୁ, ବସୁଦେବ, ବୃଷ୍ଣି, ସାତ୍ୟକି, ସଞ୍ଜୟ, କୃଷ୍ଣ, ବଳରାମ, ଧୃତରାଷ୍ଟ୍ର, ପାଣ୍ଡବ, କୌରବ, ଜନମେଜୟ, ଦୁଷ୍ମନ୍ତ, ଭରତ, ଭୀମସେନ, ଅଭିମନ୍ୟୁ, ପରୀକ୍ଷିତ ଆଦି ଜନ୍ମିଥିଲେ—ଗରୁଡ଼ ପୁରାଣ।] — [ଦ୍ର— ଏହି ବଂଶରୁ ଯୁଧିଷ୍ଠିର ଜନ୍ମିଥିଲେ ପୁରାଣରେ ଲେଖା ଅଛି ଯେ, ବ୍ରହ୍ମା ନାରାୟଣଙ୍କ ପୁତ୍ର ବ୍ରହ୍ମାଙ୍କ ପୁତ୍ର ଅତ୍ରି ଅତ୍ରିଙ୍କ ପୁତ୍ର ସୋମ ସୋମ ଓ ବୃହସ୍ପତିଙ୍କ ପତ୍ନୀ ତାରାଙ୍କ ଠାରୁ ବୁଧ ଜାତ ହେଲେ ବୁଧଙ୍କ ପୁତ୍ର ପୁରୁରବା ପୁରୂ— ରବାଙ୍କଠାରୁ ଉର୍ବଶୀଙ୍କ ଗର୍ଭରୁ6ପୁତ୍ର ଜନ୍ମିଲେ ଓ ସେହିମାନଙ୍କ ପୁତ୍ର ଓ କନ୍ଯା ପରମ୍ପରାଙ୍କ ବଂଶର ଭିନ୍ନ ଭିନ୍ନ ଶାଖାରେ ବିଶ୍ୱାମିତ୍ର, କନ୍ଯା ସତ୍ୟବତୀ, ଯମଦଗ୍ନି, ପରଶୁ— ରାମ, ନହୁଷ, ଦେବକ, ଉଗ୍ରସେନ, ପଣ୍ଡୁ, ବସୁଦେବ, ବୃଷ୍ଣି, ସାତ୍ୟକି, ସଞ୍ଜୟ, କୃଷ୍ଣ, ବଳରାମ, ଧୃତରାଷ୍ଟ୍ର, ପାଣ୍ଡବ, କୌରବ, ଜନମେଜୟ, ଦୁଷ୍ମନ୍ତ, ଭରତ, ଭୀମସେନ, ଅଭିମନ୍ୟୁ, ପରୀକ୍ଷିତ ଆଦି ଜନ୍ମିଥିଲେ—ଗରୁଡ଼ ପୁରାଣ]
- ଦେ. ବି — ପ୍ରାଚୀନ ଉତ୍କଳର କେଶରୀ ବଂଶ — The Keṡarī dynasty of ancient Utkala
- ଦେ. ବି — [ଦ୍ର—ଏମାନେ ଖ୍ରୀ: ନବମ ଓ ଦଶମ ଶତାଦ୍ଦୀରେ ରାଜତ୍ୱ କରୁଥିଲେ।]