ସୁରଥ Suratha
- ସଂ. ବି (ସୁ ଅଟେ ରଥ ଯାହାର) — ଚୈତ୍ରବଂଶ ସମୁଦ୍ଭବ ଚନ୍ଦ୍ରବଂଶୀୟ ରାଜା — Name of a king of the Lunar Dynasty
- ସଂ. ବି (ସୁ ଅଟେ ରଥ ଯାହାର) — [ଦ୍ର—ଚନ୍ଦ୍ରଙ୍କ ଔରସରେ ଗୁରୁପତ୍ନୀ ତାରାଙ୍କ ଗର୍ଭରୁ ବୁଧ ଜନ୍ମିଥିଲେ। ବୁଧଙ୍କଠାରୁ ଚୈତ୍ର ଓ ଚୈତ୍ରଙ୍କଠାରୁ ସୁରଥ ଜନ୍ମିଥିଲେ। ଏ ଶତ୍ରୁ— ମାନଙ୍କ ଦ୍ୱାରା ରାଜ୍ୟଭ୍ରଷ୍ଟ ହୋଇ ତପୋବନକୁ ଗଲେ। ସେଠାରେ ଗୋଟିଏ ଗୃହତ୍ୟାଗୀ ବୈଶ୍ୟ (ସମାଧି ନାମକ)କୁ ଭେଟି ମେଧା ନାମକ ମୁନିଙ୍କଠାରୁ ସଂସାରର ମହାମାୟା ବା ଦୁର୍ଗାଙ୍କ ବୃତ୍ତାନ୍ତ ଓ ଦେବୀଙ୍କ କର୍ତ୍ତୃକ ମହିଷାସୁର, ରକ୍ତବୀଜ, ଶୁମ୍ଭ, ନିଶୁମ୍ଭ ଆଦି ରାକ୍ଷସମାନଙ୍କ ବଧର ବିବରଣ ଶୁଣି ପୃଥିବୀରେ ପ୍ରଥମେ ମୃଣ୍ମୟୀ ପ୍ରତିମାସ୍ଥାପନ କରି ଶାରଦୀୟ ଦୁର୍ଗା ପୂଜା ଆରମ୍ଭ କଲେ ଏବଂ ଦେବୀଙ୍କ ବରରେ ନଷ୍ଟରାଜ୍ୟ ପ୍ରାପ୍ତ ହୋଇ ଦେହାନ୍ତେ ସ୍ୱର୍ଗକୁ ଗଲେ। ଏ ପରଜନ୍ମରେ ସାବର୍ଣ୍ଣି ମନୁରୂପେ ଜାତ ହେଲେ। (ମାର୍କଣ୍ଡେୟ ପୁରାଣୋକ୍ତ ଦେବୀ— ମହାତ୍ମ୍ୟ ବା ଚଣ୍ଡୀରେ ଏବଂ ବ୍ରହ୍ମବୈବର୍ତ୍ତ ପୁରାଣର ପ୍ରକୃତି ଖଣ୍ଡରେ ଏ ବିଷୟ ବର୍ଣ୍ଣିତ ହୋଇଅଛି)।
- ସଂ. ବି (ସୁ ଅଟେ ରଥ ଯାହାର) — ସୁରଥଙ୍କ ପୁତ୍ର ଜୟଦ୍ରଥଙ୍କ ଜନ୍ମକାଳରେ ଦୈବବାଣୀ ହୋଇଥିଲା ଯେ, ନବଜାତ କୁମାର ଗୁଣୀ ଓ ଶତ୍ରୁହନ୍ତା ହେବ। ତାହା ଶୁଣି ସୁରଥ କହିଥିଲେ, 'ଯେ ଜୟଦ୍ରଥଙ୍କ ମୁଣ୍ଡ କାଟି ଭୂତଳରେ ପକାଇ ଦେବ, ତାର ଶିର ଶତଧା ଛିନ୍ନ ହେବ, ଭଗବାନ ଶ୍ରୀକୃଷ୍ଣଙ୍କର ଆଦେଶ ଅନୁସାରେ ମହାଭାରତ ଯୁଦ୍ଧରେ ଅର୍ଜ୍ଜୁନ ଜୟଦ୍ରଥଙ୍କର ମୁଣ୍ଡ କାଟି— ଅର୍ଘ୍ୟ ଦେବାକାଳରେ ସୁରଥଙ୍କ ଅଞ୍ଜଳିରେ ତାହାକୁ ପକାଇ ଦେଲେ। ସୁରଥଙ୍କ ହାତରୁ ଜୟଦ୍ରଥଙ୍କ ମୁଣ୍ଡ ଭୂତଳରେ ଖସି ପଡିବାରୁ ସୁରଥଙ୍କ ମୁଣ୍ଡ ଶତଧା ଛିନ୍ନ ହୋଇଗଲା; ଯଥା— ସୁରଥ ଥିଲା ତପସ୍ୟାରେ ତା ପୁତ୍ର ମୁଣ୍ଡ ନେଇ କରେ କପଟେ ନାଶ ତାକୁ କଲେ ଦୁରନ୍ତ କର୍ମ କେ ବୋଇଲେ। ପ୍ରାଚୀ, ପୂର୍ଣ୍ଣତମ ଚନ୍ଦ୍ରୋଦୟ।']
- ସଂ. ବି (ସୁ ଅଟେ ରଥ ଯାହାର) — (ନାମ) ଦ୍ରୁପଦଙ୍କ ଏକପୁତ୍ର (ହି. ଶ) — Name of a son Drupada
- ସଂ. ବି (ସୁ ଅଟେ ରଥ ଯାହାର) — (ନାମ) ଜୟଦ୍ରଥଙ୍କ ଏକ ପୁତ୍ର (ହି. ଶ) — Name of a son of Jayadratha
- ସଂ. ବି (ସୁ ଅଟେ ରଥ ଯାହାର) — ଜନମେଜୟଙ୍କ ଏକ ପୁତ୍ର (ହି. ଶ) — Name of a son of Janamejaya
- ସଂ. ବି (ସୁ ଅଟେ ରଥ ଯାହାର) — (ନାମ) ଚମକପୁରୀର ରାଜା ହଂସଧ୍ୱଜଙ୍କ ପୁତ୍ର — Name of the son Rajā Haṁsadhwaja
- ବିଣ — ସୁନ୍ଦର ରଥ ବିଶିଷ୍ଟ — Having a nice car