ସୁନି Suni
- ବୈଦେ. ବି. (ଆ. ସୁନ୍ନୀ) — ମୁସଲ୍ମାନ ସଂପ୍ରଦାୟ ବିଶେଷ — The Sunnis; a sect of Mohammedans
- ବୈଦେ. ବି. (ଆ. ସୁନ୍ନୀ) — (ଦ୍ର—ମୁସଲ୍ମାନମାନେ ଦୁଇ ସଂପ୍ରଦାୟରେ ବିଭକ୍ତ— ସିହା ଓ ସୁନି। ସିହାମାନେ କହନ୍ତି ଯେ, ହଜରତ୍ ମହମ୍ମଦଙ୍କ ଶିଷ୍ୟାନୁଶିଷ୍ୟ ଓ ବଂଶଧରମାନେ ପୁରୁଷାନୁକ୍ରମେ ମୁସଲ୍ମାନ୍ ମାନଙ୍କର ଇମାମ୍ ବା ଧର୍ମଗୁରୁ ଅଟନ୍ତି। ସୁନିମାନେ କହନ୍ତି ଯେ, ମୁସଲମାନମାନଙ୍କ ନିର୍ବାଚିତ ବ୍ଯକ୍ତି ଧର୍ମଗୁରୁ ବା ଇମାମ୍ ପଦର ଉପଯୁକ୍ତ ଅଟନ୍ତି। ଏହି ମତଭେଦରୁ ପ୍ରଥମେ ଏ ଦୁଇଟି ସଂପ୍ରଦାୟ ସୃଷ୍ଟି ହୋଇଥିଲା ଏବଂ କ୍ରମେ କ୍ରମେ ଏମାନଙ୍କ ଧର୍ମଶାସ୍ତ୍ର, ଆଚାର ବ୍ଯବହାର, ଦାୟଭାଗ ଓ ସାମାଜିକ ରୀତି ସବୁ ପୃଥକ୍ ହୋଇଯାଇଅଛି, ଯଥା— ସିହାମାନେ ( 1 ) କୋରାନ୍ ଓ ( 2 ) ହଜରତ୍ ମହମ୍ମଦଙ୍କର ବଂଶଧରମାନଙ୍କ ଦ୍ୱାରା ପ୍ରଚାରିତ ଶ୍ରୁତି (ଆଖ୍ଯାୟିକା)କୁ ଧର୍ମଶାସ୍ତ୍ର ବୋଲି ମାନନ୍ତି ଏବଂ ଇମାମ୍ଙ୍କ ଦ୍ୱାରା ଅନୁମୋଦିତ ହୋଇ ନ ଥିବା ମୀମାଂସାକୁ ମାନନ୍ତି ନାହିଁ। କିନ୍ତୁ ସୁନିମାନେ ( 1 ) କୋରାଣ, ( 2 ) ସୁନତ୍ ବା ହାଦିସ୍ (ମହମ୍ମଦଙ୍କୁ ଦେଖିଥିବା ବା ତାଙ୍କଠାରୁ ଶୁଣିଥିବା ବ୍ଯକ୍ତିଙ୍କ ଦ୍ୱାରା ପ୍ରଚାରିତ କିଂବଦନ୍ତୀ, ( 3 ) ଇଯ୍ମାଉଲ୍ଉମ୍ମତ୍ (ମହମ୍ମଦଙ୍କ ପ୍ରଧାନ ଶିଷ୍ୟ ବା ଖଲିପାମାନଙ୍କ କୃତ ଟୀକା) ଓ ( 4 ) କିୟା (ନିଜର ବିବେଚନା ସିଦ୍ଧ ମୀମାଂସା) କୁ ମାନନ୍ତି। ସୁନି ସଂପ୍ରଦାୟ ସିହା ସଂପ୍ରଦାୟର ବହୁଦିନ ପରେ ପ୍ରତିଷ୍ଠିତ ହୋଇଥିଲା। ସୁନିମାନଙ୍କ ଧର୍ମଶାସ୍ତ୍ର ଅନୁସାରେ ମୃତ ବ୍ଯକ୍ତିର ସଗୋତ୍ର — (ଦ୍ର—ମୁସଲ୍ମାନମାନେ ଦୁଇ ସଂପ୍ରଦାୟରେ ବିଭକ୍ତ— ସିହା ଓ ସୁନି ସିହାମାନେ କହନ୍ତି ଯେ, ହଜରତ୍ ମହମ୍ମଦଙ୍କ ଶିଷ୍ୟାନୁଶିଷ୍ୟ ଓ ବଂଶଧରମାନେ ପୁରୁଷାନୁକ୍ରମେ ମୁସଲ୍ମାନ୍ ମାନଙ୍କର ଇମାମ୍ ବା ଧର୍ମଗୁରୁ ଅଟନ୍ତି ସୁନିମାନେ କହନ୍ତି ଯେ, ମୁସଲମାନମାନଙ୍କ ନିର୍ବାଚିତ ବ୍ଯକ୍ତି ଧର୍ମଗୁରୁ ବା ଇମାମ୍ ପଦର ଉପଯୁକ୍ତ ଅଟନ୍ତି ଏହି ମତଭେଦରୁ ପ୍ରଥମେ ଏ ଦୁଇଟି ସଂପ୍ରଦାୟ ସୃଷ୍ଟି ହୋଇଥିଲା ଏବଂ କ୍ରମେ କ୍ରମେ ଏମାନଙ୍କ ଧର୍ମଶାସ୍ତ୍ର, ଆଚାର ବ୍ଯବହାର, ଦାୟଭାଗ ଓ ସାମାଜିକ ରୀତି ସବୁ ପୃଥକ୍ ହୋଇଯାଇଅଛି, ଯଥା— ସିହାମାନେ (1) କୋରାନ୍ ଓ (2) ହଜରତ୍ ମହମ୍ମଦଙ୍କର ବଂଶଧରମାନଙ୍କ ଦ୍ୱାରା ପ୍ରଚାରିତ ଶ୍ରୁତି (ଆଖ୍ଯାୟିକା)କୁ ଧର୍ମଶାସ୍ତ୍ର ବୋଲି ମାନନ୍ତି ଏବଂ ଇମାମ୍ଙ୍କ ଦ୍ୱାରା ଅନୁମୋଦିତ ହୋଇ ନ ଥିବା ମୀମାଂସାକୁ ମାନନ୍ତି ନାହିଁ କିନ୍ତୁ ସୁନିମାନେ (1) କୋରାଣ, (2) ସୁନତ୍ ବା ହାଦିସ୍ (ମହମ୍ମଦଙ୍କୁ ଦେଖିଥିବା ବା ତାଙ୍କଠାରୁ ଶୁଣିଥିବା ବ୍ଯକ୍ତିଙ୍କ ଦ୍ୱାରା ପ୍ରଚାରିତ କିଂବଦନ୍ତୀ, (3) ଇଯ୍ମାଉଲ୍ଉମ୍ମତ୍ (ମହମ୍ମଦଙ୍କ ପ୍ରଧାନ ଶିଷ୍ୟ ବା ଖଲିପାମାନଙ୍କ କୃତ ଟୀକା) ଓ (4) କିୟା (ନିଜର ବିବେଚନା ସିଦ୍ଧ ମୀମାଂସା) କୁ ମାନନ୍ତି ସୁନି ସଂପ୍ରଦାୟ ସିହା ସଂପ୍ରଦାୟର ବହୁଦିନ ପରେ ପ୍ରତିଷ୍ଠିତ ହୋଇଥିଲା ସୁନିମାନଙ୍କ ଧର୍ମଶାସ୍ତ୍ର ଅନୁସାରେ ମୃତ ବ୍ଯକ୍ତିର ସଗୋତ୍ର(agnate)ବଂଶଧର ବିଦ୍ଯମାନ ଥିଲେ ଅସଗୋତ୍ର(cognate)ବଂଶଧରମାନେ ତ୍ୟକ୍ତ ସମ୍ପତ୍ତିର ଉତ୍ତରାଧିକାରୀ ହୋଇ ନ ପାରନ୍ତି କିନ୍ତୁ ଏହି ନିୟମ ମୃତବ୍ଯକ୍ତିଙ୍କ ପିତା, ମାତା, ପୁତ୍ର, କନ୍ଯା, ସ୍ୱାମୀ ବା ସ୍ତ୍ରୀଙ୍କ ପ୍ରତି ଖଟେ ନାହିଁ
- ବୈଦେ. ବି. (ଆ. ସୁନ୍ନୀ) — ସୁନି ସଂପ୍ରଦାୟ ପୁଣି 4 ଟି ଉପସଂପ୍ରଦାୟରେ ବିଭକ୍ତ; ଯଥା— 1 । ହନାଫି, 2 । ସାଫେଇ, 3 । ମାଲିକ୍, 4 । ହନ୍ବଲି। ଭାରତର ସୁନିମାନେ ପ୍ରଧାନତଃ ହନାଫି ଶ୍ରେଣୀ— ଭୁକ୍ତ। — ସୁନି ସଂପ୍ରଦାୟ ପୁଣି4ଟି ଉପସଂପ୍ରଦାୟରେ ବିଭକ୍ତ; ଯଥା—1 ହନାଫି,2 ସାଫେଇ,3 ମାଲିକ୍,4 ହନ୍ବଲି ଭାରତର ସୁନିମାନେ ପ୍ରଧାନତଃ ହନାଫି ଶ୍ରେଣୀ— ଭୁକ୍ତ
- ବୈଦେ. ବି. (ଆ. ସୁନ୍ନୀ) — ସିହାମାନେ ନମାଜ୍ ପଢ଼ିଲାବେଳେ (ପ୍ରାର୍ଥନା କଲା— ବେଳେ) ଦୁଇ ହାତକୁ କଡ଼ପଟରେ ତଳକୁ ଲମ୍ବାନ୍ତି; କିନ୍ତୁ ସୁନିମାନେ ଦୁଇ ହାତକୁ ଆଗରେ ଯୋଡ଼ିକରି ନମାଜ୍ ପଢ଼ନ୍ତି। ହନାଫି ଓ ସାଫେଇମାନେ ନମାଜ୍ ପଢ଼ିଲାବେଳେ ଆମୀନ୍ (ଇଂ. — Amen=ତଥାସ୍ତୁ) ଶବ୍ଦ ଉଚ୍ଚାରଣ କରନ୍ତି
- ବୈଦେ. ବି. (ଆ. ସୁନ୍ନୀ) — ଅଳ୍ପଦିନ ହେଲା ଭାରତୀୟ ସୁନିମାନଙ୍କ ମଧ୍ୟରେ ଘଇର୍ ମୁକାଲ୍ଲିଦିନ୍ ନାମକ ଆଉ ଗୋଟିଏ ଉପସଂପ୍ରଦାୟ ସୃଷ୍ଟି ହୋଇଅଛି। ଏମାନଙ୍କୁ ଅନ୍ଯ ମୁସଲମାନ 'ବହାବି' ନାମରେ ଡାକନ୍ତି।
- ବୈଦେ. ବି. (ଆ. ସୁନ୍ନୀ) — ଗୁଜରାଟର ଧଣ୍ଡୁକା ତାଲୁକରେ ରାଜପୁତ୍ମାନେ ମୁସଲ୍ମାନ ଧର୍ମ ଗ୍ରହଣ କରି ସୁନି ସଂପ୍ରଦାୟର 'ବୋରା' ଓ ବ୍ରୋଗ୍ ଜିଲାର ରାଜପୁତ୍ମାନେ 'ଗିରାସିଆ' ଶ୍ରେଣୀଭୁକ୍ତ ହୋଇଅଛନ୍ତି।]
- ଦେ. ବି (ନାମ) — (ସ୍ତ୍ରୀ) ସୁନାମଣି ନାମ୍ନୀ ସ୍ତ୍ରୀର ନାମ — (Feminine) Name for calling Sunāmaṇi
- ଦେ. ବି (ନାମ) — (ପୁଂ) ସୁନାମଣି ନାମକ ପୁରୁଷର ଡାକ ନାମ — (Masculine) Name for calling Sunāmaṇi