ସୁନିଆ Suniā

  • ଦେ. ବି (ସଂ. ସ୍ୱର୍ଣ୍ଣ) — ସ୍ୱର୍ଣ୍ଣମୁଦ୍ରା; ମଉଡ଼; ମୋହର — Gold coin
  • ଦେ. ବି (ସଂ. ସ୍ୱର୍ଣ୍ଣ) — (ଉ—ସହସ୍ରେ ସୁନିଆରେ ଶିକାଟାଏ ଅଛି, ସରୁ ରତ୍ନମାନଙ୍କେ ଭୁଷିତ ହୋଇଛି। କୃଷ୍ଣସିଂହ, ମହାଭାରତ, ସଭା। ନାଗର ଘେନି ଯେବେ ଅସିବ ସୁନିଆ, ତେବେ ତାକୁ ଦେଖିଲେ ହୋଇବି ମୁଁ ନିଆଁ। କୃଷ୍ଣସିଂହ, ମହାଭାରତ, ଶାନ୍ତି।]
  • ବୈଦେ. ବି (ଆ. ସନ୍—ଏ—ନଓ=ନବବର୍ଷ) — ଭାଦ୍ରମାସ ଶୁକ୍ଳ ଦ୍ୱାଦଶୀ; ଓଡ଼ିଆ ସନର ଓ ପୁରୀ ରାଜାଙ୍କ ଅଙ୍କର ପରିବର୍ତ୍ତନ ଦିବସ — The 11th of the light-fortnight of Bhādra month
  • ବୈଦେ. ବି (ଆ. ସନ୍—ଏ—ନଓ=ନବବର୍ଷ) — [ଦ୍ର—ଏ ଦିନ ଓଡ଼ିଶାର ରାଜା ଓ ଜମିଦାରଙ୍କ ସିରସ୍ତାରେ ନୂତନ ଅଙ୍କ ବା ସନ ଆରମ୍ଭ ହୁଏ। ରାଜା ଓ ଜମିଦାରମାନେ ସେ ଦିନ ସିରସ୍ତା ପୂଜା କରନ୍ତି ଏବଂ ପ୍ରଜାମାନେ ଜମିଦାରଙ୍କୁ ଭେଟି ଓ ସଲାମି ଦିଅନ୍ତି। ବର୍ତ୍ତମାନ 'ପ୍ରଜାମଣ୍ଡଳ'ର ଅଧିକାରୀମାନେ ଏ ଭେଟି ଓ ସଲାମି ବନ୍ଦ କରିବାକୁ ସଂକଳ୍ପ କରି ଅଛନ୍ତି। ପୂର୍ବତନ ରାଜାଙ୍କ ନାମାଙ୍କିତ ସ୍ୱର୍ଣ୍ଣମୁଦ୍ରା (ସୁନିଆଁ) କଟାଯାଇ ନୂଆ ରାଜାଙ୍କ ନାମାଙ୍କିତ ନୂତନ ମୁଦ୍ରା ଚଳିବା ବିଧିରୁ ବୋଧ ହୁଏ ଏହି ଶବ୍ଦର ସୃଷ୍ଟି ହୋଇଅଛି ('ସନ' ତଳେ ନୋଟ ଦେଖ)।
  • ବୈଦେ. ବି (ଆ. ସନ୍—ଏ—ନଓ=ନବବର୍ଷ) — ଓଡ଼ିଆ ସନର ଓ ପୁରୀ ରାଜାଙ୍କ ଅଙ୍କର ମାସର ଓ ଦିବସର ଗଣନା ସୌର ମାସର ଗଣନା କ୍ରମେ ହୁଏ; କିନ୍ତୁ ସନ ବା ଅଙ୍କ ଚାନ୍ଦ୍ର ଭାଦ୍ରମାସର ଦ୍ୱାଦଶୀଠାରୁ ଗଣନା କରାଯାଏ। ଏହି 'ସୁନିଆ' ପୂଜା ଓ ଗଣନା ଓଡ଼ିଶାର ବିଶେଷତ୍ୱ। ଏହା ଓଡ଼ିଆମାନଙ୍କ ନବ ବର୍ଷାରମ୍ଭ।]
  • ବୈଦେ. ବି (ଆ. ସନ୍—ଏ—ନଓ=ନବବର୍ଷ) — (ପୁଂ) ସୁନାମଣି କାମକ ପୁରୁଷର ଡାକ ନାମ — (Masculine) Name for calling a person named Sunāmaṇi