ସୁଦାମା Sudāmā
- ସଂ. ବିଣ (ସୁ+ଦା. ଧାତୁ+କର୍ତ୍ତୃ. ମ୍ନ; ସୁଦାମନ୍ ଶବ୍ଦ 1 ମା. 1 ବ) — ଅତିଶୟ ଦାନଶୀଳ (ହି. ସ) — Very liberal
- ସଂ. ବି. ପୁଂ — ମେଘ (ମେଦିନୀ) — Cloud
- ସଂ. ବି. ପୁଂ — ସମୁଦ୍ର (ଶବ୍ଦରତ୍ନାବଳୀ) — The sea
- ସଂ. ବି. ପୁଂ — ଐରାବତ (ତ୍ରିକାଣ୍ଡ ଶେଷ) — Indra's elephant
- ସଂ. ବି. ପୁଂ — (ସୁ ଅଟେ ଦାମନ୍=ମାଳା ଯାହାର) ପର୍ବତ (ମେଦିନୀ) — Mountain
- ସଂ. ବି. ପୁଂ — ଶ୍ରୀକୃଷ୍ଣସଖା ଗୋପବିଶେଷ (ଶବ୍ଦ ରତ୍ନାବଳୀ) — Name of a cowherd
- ସଂ. ବି. ପୁଂ — [ଦ୍ର—ଏ ଶ୍ରୀକୃଷ୍ଣସହଚର ଦ୍ୱାଦଶ ଗୋପାଳଙ୍କ ମଧ୍ୟରୁ ଜଣେ।]
- ସଂ. ବି. ପୁଂ — ଶ୍ରୀକୃଷ୍ଣଙ୍କ ବାଲ୍ୟ ସହଚର ଜନୈକ ଦରିଦ୍ର ବ୍ରାହ୍ମଣ — Name of a poor Brahman who had been a playmate and classmate of Ṡrīṛukshṇa
- ସଂ. ବି. ପୁଂ — [ଦ୍ର—ଏ ପିଲାଦିନେ ଶ୍ରୀକୃଷ୍ଣଙ୍କ ସଙ୍ଗେ ସାନ୍ଦୀପନି ମୁନିଙ୍କ ଆଶ୍ରମରେ ବିଦ୍ୟାଶିକ୍ଷା କରିଥିଲେ। ଏ ଶ୍ରୀକୃଷ୍ଣଙ୍କର ଜଣେ ପ୍ରଧାନ ଭକ୍ତ ଓ ସର୍ବଦା ଶ୍ରୀକୃଷ୍ଣଙ୍କଠାରେ ଚିତ୍ତବୃତ୍ତି ଅର୍ପଣ କରିଥିଲେ। ଅତି ଅଭାବଗ୍ରସ୍ତ ହେବାରୁ ସ୍ତ୍ରୀଙ୍କ ଐକାନ୍ତିକ ଅନୁରୋଧରେ ଏ ଦ୍ୱାରକା ରାଜଧାନୀରେ ରାଜା ହୋଇଥିବା ସମୟରେ ଶ୍ରୀକୃଷ୍ଣଙ୍କ ନିକଟକୁ ଗଲେ। ଶ୍ରୀକୃଷ୍ଣଙ୍କୁ ଉପହାର ଦେବା ପାଇଁ ସ୍ତ୍ରୀ ଗଣ୍ଡିଏ ଚାଉଳଭଜା ଏହାଙ୍କୁ ଦେଇଥିଲେ। ଶ୍ରୀକୃଷ୍ଣ ସୁଦାମାଙ୍କଠାରୁ ସେ ଚାଉଳଭଜାଗଣ୍ଡିକ ଅତି ସ୍ନେହସହିତ ଗ୍ରହଣ କରି ଏହାଙ୍କ ଦାରିଦ୍ର୍ୟ ମୋଚନ କଲେ। କିନ୍ତୁ ଏ ଧନ ସମ୍ପତ୍ତିରେ ମୁଗ୍ଧ ନ ହୋଇ ଶ୍ରୀକୃଷ୍ଣଙ୍କଠାରେ ଭକ୍ତିବର ପ୍ରାର୍ଥନା କଲେ। ଅଦ୍ୟାବଧି ଏହାଙ୍କ 'ସୁଦାମା-ପୁରୀ' ନାମରେ ହିନ୍ଦୁଙ୍କର ଗୋଟିଏ ତୀର୍ଥ ହୋଇଅଛି।]
- ସଂ. ବି. ପୁଂ — (ଲକ୍ଷଣାର୍ଥ) କୁଚେଳ ବ୍ରାହ୍ମଣ; ମଳିନବସ୍ତ୍ରଧାରୀ ବ୍ରାହ୍ମଣ — A Brahmana wearing dirty cloth
- ସଂ. ବି. ପୁଂ — କେକୟ ନଗରରୁ ଅଯୋଧ୍ୟାକୁ ଆସିବା ପଥରେ ଥିବା ପର୍ବତ ବିଶେଷ — Name of a mountain near Aj̄odhyā
- ସଂ. ବି. ପୁଂ — [ଦ୍ର—ଏ ପର୍ବତରେ ବିଷ୍ଣୁଙ୍କ ପାଦଚିହ୍ନ ଥିଲା।]