ସହମ Sahama

  • ସଂ. ବି — ଫଳିତଜ୍ୟୋତିଷମତେ ବର୍ଷ ପ୍ରବେଶ ବିଚାରକାଳରେ ବର୍ଷର ଫଳାଫଳ ନିର୍ଣ୍ଣୟ କରିବା ପାଇଁ ଓ ଜନ୍ମକାଳରେ ଜାତ ବ୍ଯକ୍ତିର ଜୀବନର ଫଳାଫଳ ବୁଝିବା ପାଇଁ ଗଣନା କରାଯିବା ତାଜକୋକ୍ତ ଯୋଗବିଶେଷ — The result of a kind of astrological calculation (according to the Tājaka method) for finding out what will happen in the coming year or what will happen to the life of a just born baby
  • ସଂ. ବି — [ଦ୍ର—ନୀଳକଣ୍ଠୋକ୍ତ ତାଜକ ଗ୍ରନ୍ଥରେ ସହମ ଗଣନା ପ୍ରଣାଳୀ ବର୍ଣ୍ଣିତ ହୋଇଅଛି। ଏହା 50 ପ୍ରକାର। ଚନ୍ଦ୍ରସ୍ଫୁଟ, ରବିସ୍ଫୁଟ, ଲଗ୍ନସ୍ଫୁଟ, ବୃହସ୍ଫତି ସ୍ଫୁଟ ଆଦିର ଯୋଗ ବିଯୋଗ ଦ୍ୱାରା ସହମ ଆନୟନ କରାଯାଏ। ସହମ ନିର୍ଣ୍ଣୟ କରି ଯେଉଁ ରାଶି ମିଳେ ସେହି ରାଶିର ଅଧିପତି ଗ୍ରହଙ୍କୁ ସହମାଧିପତି ବୋଲାଯାଏ। ଏହି ଗ୍ରହମାନଙ୍କର ଭିନ୍ନ ଭିନ୍ନ ଅବସ୍ଥାନ, ବଳ ଓ ଦୃଷ୍ଟିର ଫଳରେ ଶୁଭ ବା ଅଶୁଭ ନିର୍ଣ୍ଣୀତ ହୁଏ। ସହମମାନଙ୍କ ନାମରୁ ତତ୍ତତ୍ ସହମର ଫଳ ସୂଚିତ ହୁଏ, ଯଥା—ପୁଣ୍ୟସହମ, ରୋଗସହମ, ଶତ୍ରୁସହମ, କଳହସହମ ମୂତ୍ୟୁସହମ, ଯଶଃସହମ, କାର୍ଯ୍ୟସିଦ୍ଧିସହମ, ପରଦେଶ ସହମ, ଜଳପଥସହମ, ଦରିଦ୍ରତା ସହମ, ବାଣିଜ୍ୟସହମ, ଉଦ୍ବାହ ସହମ, ବନ୍ଧୁ ସହମ, ଜ୍ଞାନ ସହମ ଇତ୍ୟାଦି— ବିଶ୍ୱକୋଷ।] — [ଦ୍ର—ନୀଳକଣ୍ଠୋକ୍ତ ତାଜକ ଗ୍ରନ୍ଥରେ ସହମ ଗଣନା ପ୍ରଣାଳୀ ବର୍ଣ୍ଣିତ ହୋଇଅଛି ଏହା50ପ୍ରକାର ଚନ୍ଦ୍ରସ୍ଫୁଟ, ରବିସ୍ଫୁଟ, ଲଗ୍ନସ୍ଫୁଟ, ବୃହସ୍ଫତି ସ୍ଫୁଟ ଆଦିର ଯୋଗ ବିଯୋଗ ଦ୍ୱାରା ସହମ ଆନୟନ କରାଯାଏ ସହମ ନିର୍ଣ୍ଣୟ କରି ଯେଉଁ ରାଶି ମିଳେ ସେହି ରାଶିର ଅଧିପତି ଗ୍ରହଙ୍କୁ ସହମାଧିପତି ବୋଲାଯାଏ ଏହି ଗ୍ରହମାନଙ୍କର ଭିନ୍ନ ଭିନ୍ନ ଅବସ୍ଥାନ, ବଳ ଓ ଦୃଷ୍ଟିର ଫଳରେ ଶୁଭ ବା ଅଶୁଭ ନିର୍ଣ୍ଣୀତ ହୁଏ ସହମମାନଙ୍କ ନାମରୁ ତତ୍ତତ୍ ସହମର ଫଳ ସୂଚିତ ହୁଏ, ଯଥା—ପୁଣ୍ୟସହମ, ରୋଗସହମ, ଶତ୍ରୁସହମ, କଳହସହମ ମୂତ୍ୟୁସହମ, ଯଶଃସହମ, କାର୍ଯ୍ୟସିଦ୍ଧିସହମ, ପରଦେଶ ସହମ, ଜଳପଥସହମ, ଦରିଦ୍ରତା ସହମ, ବାଣିଜ୍ୟସହମ, ଉଦ୍ବାହ ସହମ, ବନ୍ଧୁ ସହମ, ଜ୍ଞାନ ସହମ ଇତ୍ୟାଦି— ବିଶ୍ୱକୋଷ]